ଅନୁଗୋଳ ଅଙ୍ଗାରବନ୍ଧ ଗ୍ରାମରେ ୧୬୦ ତମ ମାଘ ମେଳା









ଯୋଗଦେଲେ ଉପବାଚସ୍ପତିଙ୍କ ସହ ଦୁଇ ବିଧାୟକ
ଅନୁଗୋଳ – ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଳକ ଅନ୍ତର୍ଗତ ଅଙ୍ଗାରବନ୍ଧ ଗ୍ରାମ ପଞ୍ଚାୟତର ଅଲେଖ ମହିମା ଟୁଙ୍ଗି ଠାରେ ୧୬୦ ତମ ମାଘ ମେଳା ଅନ୍ତର୍ଜାତୀୟ ଅଲେଖ ମହିମା ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭା ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ ଯୋଗଦେଇ ଥିଲେ। ପୂଜ୍ୟ ସାଧୁସନ୍ଥ ମାନଙ୍କ ଆଶୀର୍ବାଦ ଲାଭ କରିବା ସହ ଜଗତର କଲ୍ୟାଣ ନିମନ୍ତେ ପ୍ରାର୍ଥନା କରିଛନ୍ତି ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ମାନ୍ୟବର ବିଧାୟକ ଅନୁଗୋଳ ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ । ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ , ମାନ୍ୟବର ବିଧାୟକ ପାଳଲହଡ଼ା ଶ୍ରୀ ମୁକେଶ କୁମାର ପାଳ ,କମିଟି ର ସଭାପତି ଓ ଅନ୍ୟାନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ମହିମା ମନ୍ଦିର ବେଢ଼ା ପରିକ୍ରମା କରି ଆଶୀର୍ବାଦ ଭିକ୍ଷା କରିଥିଲେ। କାର୍ଯ୍ୟକ୍ରମ ର ମୁଖ୍ୟ ଆକର୍ଷଣ ମଧ୍ୟରେ କଲିକତାର ବଙ୍ଗଳା ନୃତ୍ୟ ଓ ବଙ୍ଗଳାଦେଶର ଶାସ୍ତ୍ରୀୟ ସଙ୍ଗୀତ ରହିଥିଲା। ଏହି କାର୍ଯ୍ୟକ୍ରମକୁ ଉପସ୍ଥିତ ଦର୍ଶକ ଓ ଶ୍ରଦ୍ଧାଳୁ ବେଶ୍ ଉପଭୋଗ କରିଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


