ନେହେରୁ ଯୁବାକେନ୍ଦ୍ର ଢ଼େଙ୍କାନାଳ ଓ ସାମାଜିକ ସାଂସ୍କୃତିକ ବିକାଶ ସଂଘ ଆନୁକୁଲ୍ୟରେ ଢ଼େଙ୍କାନାଳ ସଦର ବ୍ଲକ ବାଲ୍ୟମ୍ବା ଗ୍ରାମରେ ଏକ ଶ୍ରମଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ଏକ 60 ବର୍ଷର କୂଅ ର ଚାନ୍ଦିନୀ ତିଆରି ହେଲା।ଓ ଏକ ନଳକୂପର ପୁନରୁଦ୍ଧାର ହେଲା।ସେହି କୂଅ ଉପରେ 10 ଘର ନିର୍ଭର ଥିଲେ ଓ ସେଥିରେ ଆଗରୁ ଚାନ୍ଦିନୀ ନ ଥିବାରୁ ଅନେକ ଗାଈଗୋରୁ ଓ ଛୋଟ ପିଲା ମଧ୍ୟ ପଡ଼ି ଯାଇଥିଲେ।
ନେହେରୁ ଜୁବାକେନ୍ଦ୍ର ଢେ଼ଙ୍କାନାଳର ଏହି କାର୍ଯ୍ୟକୁ ଗ୍ରାମର ଲୋକ ପ୍ରଶଂସା କରିବା ସହିତ ଶ୍ରୀ ଅଶୋକ ଦାସ ଓ ଶ୍ରୀ ଶଶାଙ୍କ ଶେଖର ମହାପାତ୍ରଙ୍କୁ ଧନ୍ୟବାଦ ଜଣାଇଥିଲେ।ଏଥିରେ ସାମାଜିକ ସାଂସ୍କୃତିକ ବିକାଶ ସଂଘର କର୍ମକର୍ତ୍ତା ସମାଜସେବୀ ସୌମ୍ୟା ମିଶ୍ର ଓ ବଲ୍ୟମ୍ବା ଗ୍ରାମର ସମାଜସେବୀ ଚନ୍ଦନ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ।ସଂଘର ଅନ୍ୟାନ ଲୋକ ମଧ୍ୟ ଉପସ୍ଥିତ ଥିଲେ।