ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ତହସିଲର ରେଭନ୍ୟୁ ସୁପରଭାଇଜର । ରେଭନ୍ୟୁ ସୁପରଭାଇଜର ସଞ୍ଜୟ କୁମାର ପାଢୀ ଶତ ପ୍ରତିଶତ ଦୃଷ୍ଟି ବାଧିତଙ୍କ ବାହାଘର ପ୍ରୋତ୍ସାହନ ସହାୟତା ରାଶି ମଞ୍ଜୁର ବାବଦକୁ ଲାଞ୍ଚ ନେବା ବେଳେ ବାଲେଶ୍ଵର ଓ ମୟୂରଭଞ୍ଜ ଭିଜିଲାନ୍ସ ଟିମ ଦ୍ବାରା ଗିରଫ ହୋଇଛନ୍ତି। ଏ ନେଇ ଅଧିକ ତଦନ୍ତ କରୁଛି ଭିଜିଲାନ୍ସ । ଦୃଷ୍ଟିବାଧିତ ଦମ୍ପତିଙ୍କ ବିବାହ ପାଇଁ ସରକାରୀ ସହାୟତା ରାଶି ୨ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ ନେଇ ୨୫୦୦ଟଙ୍କା ଲାଞ୍ଚ ନେବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା ।