ଝୁମ୍ପୁରା ଦୋଳ ପଡିଆ ନିକଟରେ କୁଢକୁଢ ଆବର୍ଜନା

ଝୁମ୍ପୁରା ଦୋଳ ପଡିଆ ନିକଟରେ କୁଢକୁଢ ଆବର୍ଜନା!

•ସଫେଇ ହେଉନି, ଦୁର୍ଗନ୍ଧରେ ନାକ ଟେକି ଯାଇ ହେଉନି
•ଧର୍ମପୀଠ ଓ ଶିକ୍ଷାନୁଷ୍ଠାନ ମଧ୍ୟ ପ୍ରଭାବିତ କେନ୍ଦୁଝର,୯ା୨:କେନ୍ଦ୍ରସରକାର ସ୍ବଚ୍ଛ ଶାସନ ସ୍ବଚ୍ଛ ଭାରତ ଅଭିଯାନ ପ୍ରଣୟନ କରିଥିବାବେଳେ ଏହାକୁ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ରେ ପାଳନ କରାଯାଉନାହିଁ।ଝୁମ୍ପୁରା ଦୋଳ ପଡିଆ ନିକଟରେ ଦିର୍ଘ ଦିନ ହେଲାଣି କୁଢ କୁଢ ଅଳିଆ ଆବର୍ଜନା ପଡି ରହିଛି।ଫଳରେ ଏହି ରାସ୍ତାଦେଇ ଯିବା ଆସିବା କଲାବେଳେ ଦୁର୍ଗନ୍ଧରେ ନାକଟେକି ଚାଲିହେଉନାହିଁ।ପଚାସଢା ପନିପରିବା ଠାରୁ ପଲିଥିନ ଅଳିଆଗଦା ପରିପୂର୍ଣ୍ଣ ହୋଇ ରହିଛି।ଯାହାଫଳରେ ଅସୁରକ୍ଷିତ ପରିବେଶ ସୃଷ୍ଟି ହୋଇଥିବାରୁ ପଚାସଢ ଜିନିଷ ରୁ ମାରାତ୍ମକ ଜୀବାଣୁ ସୃଷ୍ଟି ହେଉଛନ୍ତି।ନିକଟରେ ଝୁମ୍ପୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,ତା ପାଖକୁ ହନୁମାନ ମନ୍ଦିର ଏବଂ ଶିବ ମନ୍ଦିର ଶିକ୍ଷାନୁଷ୍ଠାନ ସହ ଧର୍ମପୀଠ ରହିଛି।କୁଢକୁଢ ପଚାସଢା ଜିନିଷ ପଡି ରହିଵା କାରଣରୁ ଛାତ୍ରଛାତ୍ର ଶିକ୍ଷକ ଶିକ୍ଷୟତ୍ରୀ ସମେତ ଚଳପ୍ରଚଳ କରୁଥିବା ଜନସାଧାରଣ ସମସ୍ୟାରେ ପଡୁଛନ୍ତି।ତେବେ ଏଥିପ୍ରତି କାହାରି ଦୃଷ୍ଟି ପଡୁନଥିବା କାରଣରୁ ଅଳିଆ ଆବର୍ଜନା ସଫେଇ କରାଯାଉନି।ବ୍ଲକ ପ୍ରଶାସନ କିମ୍ବା ବଜାର କମିଟି ଚରମ ଅବହେଳା ଫଳରେ ଆବର୍ଜନା ପରିପୂର୍ଣ୍ଣ ପରିବେଶ ହୋଇଯାଇଛି।ତୁରନ୍ତ ଏହାକୁ ସଫେଇ କରାଯିବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି।
ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update

× How can I help you?