ସେଣ୍ଟ ଜାଭିୟର ହାଇସ୍କୁଲର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ
ବିଷୟ—– ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ ଅନ୍ତର୍ଗତ ପ୍ରୀତିପୁର ଠାରେ ଥିବା ସେଣ୍ଟ ଜାଭିୟର ହାଇସ୍କୁଲର ବାଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।ଏହି ସମାରୋହରେ ମୁଖ୍ୟ ଅତିଥିଭାବେ ରାଜସ୍ବ ,ବିପର୍ଯ୍ୟୟ ଓ ପ୍ରଶମନ୍ନ ମନ୍ତ୍ରୀ ପ୍ରମିଳା ମଲ୍ଲୀକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥିଭାବେ ବ୍ଳକ ଅଧ୍ୟକ୍ଷା ରଞ୍ଜିତା ଦାସ,ଜିଲ୍ଲାପରିଷଦ ସଭ୍ୟ ତଥା ବିଜେଡି ସଭାପତି ନନ୍ଦକିଶୋର ସାମଲ ,ମନ୍ତ୍ରୀଙ୍କ ପ୍ରତିନିଧି ତଥା ଲୋକଙ୍କ ସାଥି ପ୍ରଦୀପ କୁମାର ମହାନ୍ତୀ ଓ ଚଷାଖଣ୍ଡ ପଞ୍ଚାୟତର ସରପଞ ପ୍ରତିଭା ମଲ୍ଲୀକ ପ୍ରମୁଖ ଯୋଗଦେଇଥିଲେ ।ବିଦ୍ୟାଳୟର ପ୍ରିନ୍ସପାଲ କୈଳାସ ସାମଲ ସଭାପତିତ୍ବ କରିଥିଲେ ।
ବିଂଝାରପୁର ରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ