ସିରାଜୁଦ୍ଦିନ୍ ଖଣି କମ୍ପାନୀରେ କେନ୍ଦ୍ରୀୟ ଆୟକର ବିଭାଗର ଚଢାଉ
କେନ୍ଦୁଝର ଜିଲ୍ଲାର ବଳଦା, କାଳିମାଟି ସିରାଜୁଦ୍ଦିନ୍ ଖଣି କମ୍ପାନୀରେ କେନ୍ଦ୍ରୀୟ ଆୟକର ବିଭାଗର ଚଢାଉ । ଆଜି ସକାଳୁ କେନ୍ଦୁଝର ସହର ସ୍ଥିତ ଏହାର ଖଣି କାର୍ଯ୍ୟାଳୟ ସମେତ ଯୋଡ଼ା, ବଡ଼ବିଲ ଓ କୋଲକାତା କାର୍ଯ୍ୟାଳୟରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ଆୟକର ବିଭାଗର ୪ଟି ଟିମ୍ ଏହି ଚଢ଼ାଉ ରେ ସାମିଲ୍ ହୋଇଛନ୍ତି । ଏହି ଖଣି କମ୍ପାନୀ ର କ’ଣ ରହିଛି ଦୁର୍ନୀତି ତାହା ତଦନ୍ତ ପରେ ଜଣାପଡ଼ିବ । ଅନେକ ଦିନ ଧରି ବନ୍ଦ ପଡ଼ିଥିବା ଖଣି ଏହି କିଛି ଦିନ ହେଲା ଚାଲିଥିବା ବେଳେ ହଠାତ୍ ଏଇ କେନ୍ଦ୍ରୀୟ ଟିମ୍ କାହିଁକି ମାଡ଼ି ବସିଲେ ତାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ଅଞ୍ଚଳରେ ।
ଝୁମ୍ପୁରାରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ