କନ୍ଦାଉଛି ବାମେବାରୀ କାଳିମାଟି ରାସ୍ତା
ଆଇରନ ବୋଝେଇ ଟ୍ରକ ଜଙ୍ଘେ ଲେଖାଏଁ ଖାଲରେ ପଡ଼ି ଭାଙ୍ଗୁଛି ଗାଡ଼ି ର ଯନ୍ତ୍ରପାତି, ଆୟ ଠାରୁ ଗାଡ଼ି ରେ ଖର୍ଚ୍ଚ ହେଉଛି, ଅଧିକ ଗାଡ଼ି ମାଲିକ ହତାଶ !
ଗାଡ଼ି ଡ୍ରାଇଭର ମାନେ ଭୋକ ଉପାସରେ ଆଉଟୁ ପାଉଟୁ, କୋଟି କୋଟି ଟଙ୍କାର ରାଜସ୍ବ ଦେଉଥିବା ଖଣି ଅଞ୍ଚଳ ର ରାସ୍ତା ପାଲଟିଛି ମରଣଯନ୍ତା, ଏମିତି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ରୋ, ବାମେବାରୀ ରାସ୍ତା ବି ପ୍ଲୋଟ ଠାରୁ ବଡ଼ କାଳିମାଟି ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ସଙ୍କଟାପନ୍ନ ରହିଛି, ଫଳରେ ପ୍ରତ୍ୟେକ ଦିନ ଗାଡ଼ି ର ଯନ୍ତ୍ରପାତି ଭାଙ୍ଗି ରାସ୍ତାରେ ଆଣ୍ଠେଇ ରହୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି, ଏଥିରେ ଗାଡ଼ି ମାଲିକ ହତାଶ ହେବା ସହ ଡ୍ରାଇଭର ମାନଙ୍କ ଦୁଃଖ ନ କହିବା ଭଲ, ବାମେବାରୀ ଠାରୁ ବଡ଼ କାଳିମାଟି ପର୍ଯ୍ୟନ୍ତ ପାଞ୍ଚ କିଲୋମିଟର ରାସ୍ତା ରେ ପାଞ୍ଚ ଶହ ରୁ ଅଧିକ ଖାଲ ଥିବା ଭଳି ପରିଲକ୍ଷିତ ହେଉଛି, ଆଉ ସେ ଖାଲ ଢିପ କଥା ତ ଅଲଗା ସେ ରାସ୍ତା ରୁ ଯେଉଁ ପରିମାଣରେ ଧୂଳି ଉଡୁଛି ବାଇକ୍ ଚାଳକ ଙ୍କ ଆଖି ଦେଖା ଯାଉ ନାହିଁ, ଫଳରେ ଦୁର୍ଘଟଣା ଘଟି ଧନ ଜୀବନ କ୍ଷତି ହେଉଛି, ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ଆଲୋଚନା ବୈଠକ ପରେ ବୈଠକ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁ ନାହିଁ, ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ କେମିତି ସୁ ସମାଧାନ ହେବ ସେଥିପାଇଁ ଦୃଷ୍ଟି ଦେବା ପାଇଁ ଦାବି କରିଛନ୍ତି ଅଞ୍ଚଳ ବାସୀ !
କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍