(ଚାକିରିରୁ ଅବସର ପରେ ଜନ୍ମ ମାଟିକୁ ଭୁଲି ନାହାଁନ୍ତି ବିରଞ୍ଚି ନାରାୟଣ ମିଶ୍ର ।ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ ହେବା ଖବର ଶୁଣି ଗାଁ ଲୋକେ କଲେ ସମ୍ବର୍ଦ୍ଧିତ।)
ଜଗତସିଂହପୁର
ତା =10/2/23
ମଣିଷ ପରି ମଣିଷ ଟିଏ ହେଉଛନ୍ତି ବିରଞ୍ଚି ମିଶ୍ର।ଦୀର୍ଘ ୩୭ ବର୍ଷ କାଳ ବାହାରେ ଉଚ୍ଚ ପଦବୀର ଚାକିରି କରି ବାହାରେ ରହୁଥିଲେ ମଧ୍ୟ ଅବସର ପରେ ଗାଁ କୁ ଭୁଲି ନାହାନ୍ତି ସେ।ଗାଁ ଲୋକଙ୍କ ଏଭଳି ଭଲ ପାଇବା ଦେଖି ତାଙ୍କ ଆଖିରୁ ଲୁହ ଝରି ପଡିଥିଲା। ଏ ଭଳି ଜଣେ ବ୍ୟକ୍ତି ପାଇଁ ଆଜି ପଦ୍ମପୁର ଗାଁ ଆଜି ଗର୍ବିତ।ଜଗତସିଂହପୁର ଜିଲ୍ଲା ପଦ୍ମପୁର ବ୍ରାହ୍ମଣ ଶାଶନ ଗ୍ରାମର କଷ୍ଟମ ବିଭାଗର ଆସିଷ୍ଟାଣ୍ଟ କମିଶନର ଭାବେ ୨୦୨୨,ଅକ୍ଟୋବର ୩୧ ତାରିଖ ରେ ଅବସର ଗ୍ରହଣ କରିଥିବା ଅଧିକାରୀ ବିରଞ୍ଚି ନାରାୟଣ ମିଶ୍ରଙ୍କୁ ଉଲେଖନୀୟ ସେବା ନିମନ୍ତେ ଭାରତର ମହାମହିମ ରାଷ୍ଟ୍ରପତି ଙ୍କ ଠାରୁ ପୁରସ୍କାର ଗ୍ରହଣ କରିବାକୁ ଚୟନ କରାଯାଇଛି। ପଦ୍ମପୁର ଭଳି ଏକ ନିପଟ ଗାଁ ରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମିଶ୍ର ୧୯୮୬ ମସିହାରେ କଷ୍ଟମସ ବିଭାଗରେ ନିଯୁକ୍ତି ପାଇଥିଲେ। ଚାକିରିକାଳ ମଧ୍ୟରେ ତାଙ୍କର ଉଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ପଦପଦବୀରେ ରହି ସଫଳତା ର ସହିତ କାର୍ଯ୍ୟନିର୍ବାହ କରିଥିଲେ। ସରକାରୀ ଚାକିରି ରୁ ଅବସର ପରେ ଶ୍ରୀ ମିଶ୍ର ନିଜ ଜନ୍ମ ମାଟିକୁ ଫେରି ଗାଁ ର କିଛି ଉନ୍ନତି କରିବା ପାଇଁ ସଂକଳ୍ପ ନେଇଛନ୍ତି। ମହାମହିମ ରାଷ୍ଟ୍ରପତି ଙ୍କ ଠାରୁ ପୁରସ୍କୃତ ହେବାକୁ ଥିବା ଜାଣିବାପରେ ଗ୍ରାମବାସୀ ଙ୍କ ପକ୍ଷରୁ ଶ୍ରୀ ମିଶ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବରେ ଡ଼ା ସର୍ବେଶ୍ୱର ପରିଡ଼ା, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶାଙ୍କ ଶେଖର ମିଶ୍ର, ବିଷ୍ଣୁ ଚରଣ ମହାନ୍ତି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମମତା ମଞ୍ଜରୀ ମହାନ୍ତି, ଜୟ ଗୋବିନ୍ଦ ମିଶ୍ର, ଅଧ୍ୟାପକ ରୁଦ୍ର ନାରାୟଣ ମିଶ୍ର ଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ଶ୍ରୀ ମିଶ୍ରଙ୍କୁ ଉପଢୌକନ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ତେବେ ଜଗତସିଂହପୁର ଜିଲ୍ଲା ପାଇଁ ଗୌରବ ଆଣିଥିବା ଶ୍ରୀ ମିଶ୍ରଙ୍କ ଉତ୍ତର ଉତ୍ତର ଉନ୍ନତି କାମନା କରିବା ସହ ତାଙ୍କ ଜୀବନର ଅତୀତ ସ୍ମୃତି କୁ ବିସ୍ତୃତ ଆଲୋଚନା କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ