ଜାତୀୟ କୃମିନାଶକ ଦିବସ ଉଦଘାଟିତ

(ଜାତୀୟ କୃମିନାଶକ ଦିବସ ଉଦଘାଟିତ

)
ଜଗତସିଂହପୁର
ତା =10/2/23
ଜଗତସିଂହପୁର ଜ଼ିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟ ରେ ଜଗତସିଂହପୁର ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ କୃମି ନାଶକ ଦିବସକୁ ଜ଼ିଲ୍ଲାପାଳ ପାରୁଲ ପଟୱାରୀ ପ୍ରଦୀପ ପ୍ରଯ୍ୟଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି | ଅନ୍ୟ ମାନଙ୍କ ମଧ୍ୟ୍ୟ ରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାସ | ଅତିରିକ୍ତ ଜ଼ିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ | DPM ଚକ୍ରଧର ଜେନା | ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ର, ଛାତ୍ରୀ ମାନଙ୍କୁ କୃମି ନାଶକ ବଟିକା ଖୁଆଇଥିଲେ | ଫେବୃଆରୀ 10 ତାରିଖରୁ ଜ଼ିଲ୍ଲା ର ସମସ୍ତ ସରକାରୀ, ବେସରକାରୀ ବିଦ୍ୟାଳୟ ମାନଙ୍କରେ ଏକ ବର୍ଷରୁ ଉଣେଇଶି ବର୍ଷ ପିଲାମାନଙ୍କୁ କୃମି ନାଶକ ବଟିକା ଖାଇବାକୁ ଦିଆଯିବ | ଜଗତସିଂହପୁର ଜ଼ିଲ୍ଲା ରେ ମୋଟ 1361 ଟି ବିଦ୍ୟାଳୟ | 1841ଟି ଅଙ୍ଗନୱାର୍ଡ କେନ୍ଦ୍ରରେ ଦୁଇ ଲକ୍ଷ୍ୟ ପଇଁତିରିଶି ହଜାର ଦୁଇ ସହ ସଇଁତିରିଶି ଜଣ ପିଲା କୃମି ନାଶକ ବଟିକା ଖାଇବେ | ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ 1128ଜଣ ଆଶା କର୍ମୀ,1834ଜଣ ଅଙ୍ଗନୱାର୍ଡ କର୍ମୀ,182ଜଣ ସ୍ୱାସ୍ଥ୍ୟ କର୍ମୀ,1361ଜଣ ଶିକ୍ଷକ ଶିକ୍ଷୟତ୍ରୀ ନିୟୋଜିତ ହୋଇଛନ୍ତି |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update