ପୋଲିସ ହେପାଜତ ରେ ଜଗତସିଂହପୁର କୋର୍ଟ ରେ ସୋନାଲିକା ଙ୍କ ବୟାନ ରେକର୍ଡ

(ପୋଲିସ ହେପାଜତ ରେ ଜଗତସିଂହପୁର କୋର୍ଟ ରେ ସୋନାଲିକା ଙ୍କ ବୟାନ ରେକର୍ଡ

)

ଜଗତସିଂହପୁର
ତା =10/2/23

ବହୁ ଚର୍ଚିତ ତ୍ରିତୋଲ ବିଧାୟକ ବିଜୟ ଶଙ୍କର ଦାସ ଏବଂ ପ୍ରେମିକା ସୋନାଲିକ ଙ୍କ ବିବାଦ କ୍ରମଶଃ ଜଟିଳ ରୂପ ନେଇଛି |ଏହି ପରିପ୍ରେକ୍ଷୀରେ ପ୍ରେମିକା ସୋନାଲିକ ର ଅଭିଯୋଗ କୁ ଭିତ୍ତି କରି ବିଧାୟକ ବିଜୟ ଶଙ୍କର ଦାସ ଙ୍କ ସେକ୍ସ ରାକେଟ, ବହୁ ବିବାହିତ ନାରୀ ମାନଙ୍କ ସମ୍ପର୍କ,ଏବଂ ଗର୍ଭନଷ୍ଟ ଭଳି ଅନେକ ସଙ୍ଗିନୀ ଅଭିଯୋଗ କରିଥିଲେ | ଜଗତସିଂହପୁର ପୋଲିସ 161ଧାରା ଅନୁସାରେ ବୟାନ ରେକର୍ଡ ଓ ଡାକ୍ତରୀ ମଇନା କରାଯାଇଥିଲା। ଆଜି ମଧ୍ୟାହ୍ନ ରେ ସୋମାଲିକାଙ୍କ ଧାରା 164 ଅନୁସାରେ ଜଗତସିଂହପୁର ପୋଲିସ କୋର୍ଟରେ ହାଜିରା କରାଇ ବୟାନ ରେକର୍ଡ କରିଛନ୍ତି | ଜଗତସିଂହପୁର ଜିଲ୍ଲା ନ୍ୟାୟିକ ଦଣ୍ଡାଧିକାରୀ ପ୍ରଥମ ଶ୍ରେଣୀ କୋର୍ଟରେ ଉପସ୍ଥିତ ହୋଇ ବୟାନ ରେକର୍ଡ କରିଛନ୍ତି |ସୋନାଲିକା ଙ୍କ ସହିତ ତଦନ୍ତକାରୀ ପୋଲିସ ଅଧିକାରୀ ଟିମ୍ ମଧ୍ୟ ଉପସ୍ଥିତ ରହିଛନ୍ତି।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update