ବୁଢ଼ାପଙ୍କ ଗ୍ରାମରେ ୨୭ ତମ ପରାୟଣ ମହାଯଜ୍ଞ ।
ବଅଁରପାଳ, ୧୦/୨ :ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଗ୍ରାମ ରେ ଆଜି ୨୭ ତମ ପରାୟଣ ମହାଯଜ୍ଞ ପାଳିତ ହୋଇଯାଇଛି। ପ୍ରଥମ ଦିନ ବ୍ରାହ୍ମଣୀ ନଦୀରୁ ମହିଳା ଏବଂ ପୁରୁଷ ମାନେ କଳସ ରେ ଜଳ ଆଣି ଗ୍ରାମ ପରିକ୍ରମା କରିବା ପରେ ଏହାକୁ ପୂଜା ମଣ୍ଡପ ପାଖରେ ସ୍ଥାପନ କାରିଥିଲେ। ଶ୍ରୀ ରାମ ଚରିତ୍ର କୁ ଆବହନ କରାଯିବା ପରେ ସୁବାସିତ ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ, ଘୃତ ଆଦି ପ୍ରଭୁ ରାମ ଙ୍କୁ ଅର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଏଥିସହ ପ୍ରଭୁଙ୍କର ଅଧିବାସ ଘଟସ୍ଥାପନ, ଗୋପୂଜା ଏବଂ ସୂର୍ଯ୍ୟପୂଜା ସମ୍ପନ୍ନ ହୋଇଥିଲା। ଅଗ୍ନିସ୍ଥାପନ କରାଯାଇ ଯଜ୍ଞକୁଣ୍ଡରେ ହୋମଯଜ୍ଞ ଆରମ୍ବ କରଯାଇଥିଲା ଏବଂ ମଧ୍ୟାହ୍ନ ରେ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପାଦନ ହୋଇଥିଲା ଏଥିରେ ବ୍ୟାସ ମହନ୍ତ ପର୍ଶୁରାମ ମହାରାଜ ମଧ୍ଯ ଯୋଗ ଦେଇଥିଲେ, ବୁଢ଼ାପଙ୍କ ଗ୍ରାମର ଛକଡି ସାମଲ କର୍ତ୍ତା ଭାବେ ଯଜ୍ଞରେ ବସି ପୂଜା ବିଧି କାର୍ଯ୍ୟ ସମ୍ପାଦନ କରିଥିଲେ। ତ୍ରିନାଥ ମନ୍ଦିରର ପୂଜକ ଲକ୍ଷ୍ମଣ ନନା, ତଥା ବାବୁଲି ସିଂହ ଙ୍କ ତତ୍ତ୍ୱାବଧାନରେ ବିଶିଷ୍ଟ ପୂଜକ ଶାନ୍ତନୁ ପାଣି, ଏବଂ ପ୍ରବକ୍ତା ଶ୍ୟାମଚରଣ ଗୋଛ, ପ୍ରତାପ ନନ୍ଦ ତଥା ହୋମଯଜ୍ଞ ତଥା ପରିଚାଳନା କରିଥିଲେ। ପାଞ୍ଚଦିନ ଧରି ଚାଲିଥିବା ଏହି ବାର୍ଷିକ ଯଜ୍ଞ ଏହି ଉତ୍ସବରେ ଭଜନ ସଙ୍କୀର୍ତ୍ତନ ପରିବେଷଣ କରାଯିବା ସହ ସମସ୍ତ ଭକ୍ତ ପାଇଁ ପ୍ରସାଦ ବ୍ୟବସ୍ତା କରାଯଇଥିଲା, ୪ ଟା ସମୟରେ ପୂଜା ମଣ୍ଡପ ପାଖରୁ ବାହାରି ଗାଁ ଚାରି ପରେ ଘଣ୍ଟ ଶଙ୍ଖ ନିଦାନ କୀର୍ତ୍ତନ ରେ ଗାଁ ପ୍ରକମ୍ପିତ ହୋଇ ଉଠିଥିଲା ଏବଂ ଅଭିରର ଗ୍ରାମ ବାସୀ ମାନେ ବୋଳି ହୋଇ ଛୋଟ ଛୋଟ ପିଲା ମନକୁ ଚକଲେଟ, ବିସ୍କୁଟ ଫ୍ରୁଟି ପିଙ
ଫିଙ୍ଗି ଥିଲେ ଏବଂ ଛୋଟ ଛୋଟ ପିଲା ମାନେ ମଜା ନେଉଥିଲେ ।ପରିଚାଳନା କମିଟ ର କୁତାର୍ଥ ଗୁରୁ, ସଞ୍ଜୟ ଗୁରୁ, ସିପୁ ସାମଲ, ପିତ ସାମଲ, କାଳିଆ ସାମଲ, ମିଥୁନ ସାମଲ, ପାଣୁ ମହାନ୍ତି, ତାପସ ଲେଙ୍କା, ପପୀନି ସାମଲ,କ୍ରୀଷ୍ଣା ସାମଲ, ପ୍ରକାଶ ସିଂହ ପ୍ରମୁଖ ଉପସ୍ଥିତ ରହି ଯଜ୍ଞ ମହୋତ୍ସବକୁ ସମ୍ପାଦନ କରିଥିଲେ।