ଜିଲ୍ଲାସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ

ଜିଲ୍ଲାସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ

କମ୍ ଜଳ ବ୍ୟବହାର କରି ଅର୍ଥକାରୀ ଫସଲ ଉତ୍ପାଦନ ପାଇଁ ଚାଷୀକୂଳକୁ ଆହ୍ବାନ

ଢେଙ୍କାନାଳ , ୧୦/୦୨ : ସ୍ଵଚ୍ଛ ଜଳ ପ୍ରୟୋଗ କରି ଅର୍ଥକାରୀ ଫସଲ ଉତ୍ପାଦନ ପାଇଁ ଚାଷୀକୂଳ ଆଗଭର ହେବାକୁ ପ୍ରତିଷ୍ଠିତ କୃଷି ବିଜ୍ଞାନୀ ବିମଳେନ୍ଦୁ ମହାନ୍ତି ପାଣି ପଂଚାୟତ ପକ୍ଷ ପାଳନ ଅବସରରେ କୃଷିଜୀବୀମାନଙ୍କୁ ଆହ୍ବାନ ଦେଇଛନ୍ତି । ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିବାରୁ ଚାଷୀମାନେ ଧାନଚାଷ ଉପରେ କେବଳ ଅଗ୍ରାଧୂକାର ଦେଉଛନ୍ତି । ଯାହାଫଳରେ ସେମାନଙ୍କ ଆର୍ଥିକ ମାନଦଣ୍ଡର ବିକାଶ ହୋଇପାରୁ ନାହିଁ । ଏବେ ବହୁ ଅର୍ଥକାରୀ ଫସଲ ଏବଂ ଫଳଗଛ କମ୍ ଦିନରେ ଉତ୍ପାଦନକ୍ଷମ ହୋଇପାରୁଛି । ତେଣୁ ଚାଷୀମାନେ ନିକଟସ୍ଥ କୃଷି ଏବଂ ଉଦ୍ୟାନ ବିଭାଗ ଅଧିକାରୀମାନଙ୍କ ସହ ଯୋଗସୂତ୍ର ରକ୍ଷାକରି ଚାଷକାର୍ଯ୍ୟରେ ସେମାନଙ୍କ ଉପଦେଶକୁ ନିୟୋଜିତ କରିପାରିଲେ ଚାଷୀର ଉନ୍ନତି ସହ ଦେଶର ଅର୍ଥନୀତିର ଉନ୍ନତି ହୋଇପାରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ରାଜ୍ୟସ୍ତରରେ ପାଣି ପଂଚାୟତ ପକ୍ଷ ପାଳନ ଅବସରରେ ଶୁକ୍ରବାର ଜିଲ୍ଲାସ୍ତରୀୟ ପକ୍ଷ ପାଳନ କରାଯାଇଛି । ଏହି ଅବସରରେ ସ୍ଥାନୀୟ ମିନି ଷ୍ଟାଡିୟମ ପରିସରରେ ଜିଲ୍ଲାପାଳ ସରୋଜ କୁମାର ସେଠିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଜିଲ୍ଲାପରିଷଦ ଅଧ କ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ମୁଖ୍ୟଅତିଥ୍ ଭାବେ ଯୋଗଦେଇ କହିଲେ ଯେ , ପ୍ରତ୍ୟେକଟି ଜମି ପାଣି ପାଉ , ଚାଷ ହେଉ , କୃଷି ଉତ୍ପାଦିତ ଫସଲ ଲାଭକାରୀ ମଧ 4 ହେଉ , ଫଳରେ ଚାଷୀର ପରିବାର ହସି ଉଠିବ – ଏହାହିଁ ପାଣି ପଂଚାୟତ ପକ୍ଷ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ବିଳାସିନୀ ସେଠି ବାମ କେନାଲ ଓ ଦକ୍ଷିଣ କେନାଲ ଦ୍ବାରା ସମଲ ବ୍ୟାରେଜରୁ ଦିଆଯାଉଥିବା ପାଣିର ସଠିକ୍ ବିନିଯୋଗ ସଂପର୍କରେ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଉଦୟନାଥ ମହାପାତ୍ର , ରେଙ୍ଗାଳି ଦକ୍ଷିଣ କେନାଲ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ପ୍ରଧ ନ , ଜିଲ୍ଲା ମୁଖ୍ୟ କୃଷି ଅଧୁକାରୀ ଶରତ ଚନ୍ଦ୍ର ତୋଷ ପ୍ରମୁଖ ସମ୍ମାନିତ ଅତିଥ୍‌ ଭାବେ ଯୋଗଦେଇ ସଠିକ୍ ଭାବେ ଜଳକୁ ଉପଯୋଗ କରି ଚାଷୀକୂଳ ଅର୍ଥକାରୀ ଫସଲ ଉତ୍ପାଦନ କରନ୍ତୁ ଏବଂ ସରକାରଙ୍କର ବିଭିନ୍ନ ଯୋଜନାରୁ ଲାଭ ଉଠାନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ରେଙ୍ଗାଳି ଦକ୍ଷିଣକେନାଲ ଅଧ୍ୟକ୍ଷଣ ଯନ୍ତ୍ରୀ ଇଂ . ନିହାର ରଞ୍ଜନ ପାତ୍ର ଉପସ୍ଥିତ ଅତିଥୁମାନଙ୍କୁ ଧନ୍ୟବାଦ ଦେବା ଅବସରରେ ପାଣି ପଂଚାୟତର ଉଦ୍ଦେଶ୍ୟକୁ ଗଣମାଧ୍ୟମ ବହୁଳ ଭାବେ ପ୍ରଚାର କରୁବୋଲି ଆହ୍ୱାନ ଜଣାଇଥିଲେ ।

Recent Post

Live Cricket Update