ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ

ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ

ଢେଙ୍କାନାଳ,୧୦ା୨: ଢେଙ୍କାନାଳ ମିନିଷ୍ଟାଡିୟମ୍ଠାରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି । ଏହା ସୋମବାର ପର୍ଯ୍ୟନ୍ତ ଚାଲିବ । ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ହିନେ୍ଦାଳ ବିଧାୟିକା ସୀମାରାଣୀ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ଜିଲ୍ଲାପାଳ ସରୋଜ କୁମାର ସେଠୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶରତ କୁମାର ତୋଷ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ତେବେ ମେଳାରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ଆଡମ୍ବର ସହକାରେ କୃଷି ଓ କୃଷକଙ୍କ ପାଇଁ ଯନ୍ତ୍ରପାତି ପ୍ରଦର୍ଶନୀ ମେଳା ହେଉଥିବାବେଳେ ସେହି ତୁଳନାରେ କୃଷକଙ୍କ ଉପସ୍ଥିତି ଦେଖାଯାଇନଥିଲା । କେବଳ ବିଭାଗୀୟ କର୍ମଚାରୀ, ରାଜନେତାଙ୍କ ସମର୍ଥକମାନେ ମେଳାରେ ଉପସ୍ଥିତ ଥିଲେ । ପ୍ରକୃତ ଚାଷୀ ଏ ବିଷୟରେ କିଛି ଜାଣିପାରନଥିଲେ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ତେବେ ଆବଶ୍ୟକ ପ୍ରଚାର ପ୍ରସାର ଅଭାବରୁ ଏଭଳି ମହତକାଂକ୍ଷୀ ମେଳାର ସୁଫଳ ପାଇବାରୁ ଚାଷୀ ବଞ୍ଚିତ ହୋଇଥିବା ମେଳା ଆରମ୍ଭ ଦିନରୁ ପରିଲିକ୍ଷିତ ହୋଇଛି ।

Recent Post

Live Cricket Update