Search
Close this search box.

ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର 60ତମ ପ୍ରତିଷ୍ଠା ଦିବସ ପାଳିତ

( ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର 60ତମ ପ୍ରତିଷ୍ଠା ଦିବସ ପାଳିତ

)

ଜଗତସିଂହପୁର
ତା 11/2/23

ଜଗତସିଂହପୁର ଜ଼ିଲ୍ଲା ର ସର୍ବ ପୁରାତନ ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର 60ତମ ପ୍ରତିଷ୍ଠା ଦିବସ ବିଜୁ ପଟ୍ଟନାୟକ ଆଡିଟୋରିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି | ମହାବିଦ୍ୟାଳୟ ଅଧକ୍ଷ୍ୟ ବିଜୟ କୁମାର ପାତ୍ର ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ବିଧାନସଭା ମୁଖ୍ୟ ସତେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ପ୍ରଦୀପ ପ୍ରଯ୍ୟଳନ କରି ପ୍ରତିଷ୍ଠା ଦିବସ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଏହା ପରେ ମହାବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା | ମୁଖ୍ୟ ବକ୍ତା ଭାବେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ | ସଂମ୍ମାନିତ ଅତିଥିଭାବେ ପ୍ରଫେସର ସୁଶୀଲ ମଲ୍ଲିକ | ଅବସର ପ୍ରାପ୍ତ ଅଧ୍ୟାପିକା ଗୀତା କାନୁନଗୋ | ପ୍ରେଫେସର ପୁର୍ଣ ଚନ୍ଦ୍ର ଦାସ | ପ୍ରଫେସର ବାଟକୃଷ୍ଣ ରାୟ ପ୍ରମୁଖ ଯୋଗଦେଇଥିଲେ | ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରୁ ଅବସର ନେଇଥିବା କର୍ମଚାରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ କୃତି ଛାତ୍ର,ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ |ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଏହି କାର୍ଯ୍ୟକ୍ରମ ରେ ହଜାର ହଜାର ଛାତ୍ର ଛାତ୍ରୀ, ବିଶିଷ୍ଟ ସମାଜ ସେବୀ, ରାଜନେତା ପ୍ରମୁଖ ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update

You May Like This

× How can I help you?