ବାସନ୍ତୀ, ହେମନ୍ତ ମେମୋରିଆଲ ସ୍କଲାରସିପ ନିମନ୍ତେ ଏକ ଲକ୍ଷ୍ୟ ଟଙ୍କା ର ଚେକ ପ୍ରଦାନ

ବାସନ୍ତୀ, ହେମନ୍ତ ମେମୋରିଆଲ ସ୍କଲାରସିପ ନିମନ୍ତେ ଏକ ଲକ୍ଷ୍ୟ ଟଙ୍କା ର ଚେକ ପ୍ରଦାନ

ଜଗତସିଂହପୁର
ତା =11/2/23

ଜଗତସିଂହପୁର ଜିଲ୍ଲାର ସୁପ୍ରତିଷ୍ଠିତ ଶିକ୍ଷ୍ୟନୁଷ୍ଠାନ ଏସଭିଏମ୍ ସ୍ବୟଂଶାସିତ ମହାବିଦ୍ୟାଳୟର ୬୦ ତମ ପ୍ରତିଷ୍ଠା ଦିବସ ଅଧ୍ୟକ୍ଷ ବିଜୟ କୁମାର ପାତ୍ରଙ୍କ ସଭାପତିତ୍ୱରେ ବିଜୁ ପଟ୍ଟନାୟକ ଅଡିଟୋରିୟମରେ ପାଳିତ ହୋଇଯାଇଛି । ଏହି କାର୍ୟ୍ଯକ୍ରମରେ ସ୍ଥାନୀୟ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ସାଂସଦ ରାଜଶ୍ରୀ ମଲ୍ଲିକ ଏବଂ କଲେଜର ପୂର୍ବତନ ଅଧ୍ୟାପକ/ଅଧ୍ୟାପିକା ଅତିଥି ଭାବରେ ଯୋଗଦେଇ ପାଠ ପଢିବା ସହିତ ଛାତ୍ରଛାତ୍ରୀମାନେ ନିଜକୁ ଜଣେ ଭଲ ମଣିଷ ଭାବେ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ କଲେଜର ପୁରାତନ ଛାତ୍ର ତଥା ବରିଷ୍ଠ ସାମ୍ବାଦିକ ଶଶାଙ୍କ ଶେଖର ପଣ୍ଡା ତାଙ୍କ ପିତାମାତାଙ୍କ ସ୍ମୃତିରେ ବାସନ୍ତୀ-ହେମନ୍ତ ମେମୋରିଆଲ ସ୍କଲାରସିପ ଆରମ୍ଭ କରିବା ପାଇଁ କଲେଜ ଅଧ୍ୟକ୍ଷଙ୍କୁ ୧ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ । ଏହି ଅର୍ଥ କଲେଜ ଆକାଉଣ୍ଟରେ ଫିକ୍ସ ଡିପୋଜିଟ ରହିବ ଏବଂ ପ୍ରତିବର୍ଷ ଏଥିରୁ ମିଳିଥିବା ସୁଧ ଟଙ୍କାରେ + ୩ କଳା, ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ଉକ୍ତ ସ୍କଲାରସିପ ଓ ମାନପତ୍ର ପ୍ରଦାନ କରାଯିବ । ଶ୍ରୀ ପଣ୍ଡାଙ୍କର ପିତାମାତାଙ୍କ ସ୍ମୃତି ରକ୍ଷା ପାଇଁ ଏଭଳି କାର୍ଯ୍ୟକୁ କଲେଜ ଅଧ୍ୟକ୍ଷ ଏବଂ ଅତିଥିମାନେ ପ୍ରଶଂସା କରିଥିଲେ ।

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update