ବିଜେପିର ଢେଙ୍କାନାଳ ଲୋକସଭା ପ୍ରବାସ ଯୋଜନା ବୈଠକ ଅନୁଗୋଳ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ରାଜ୍ୟ ସହ ପ୍ରଭାରୀ ତଥା ରାଜ୍ୟ ସଭା ସାଂସଦ ବିଜୟପାଲ ସିଂ ତୋମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚଳିତ ବର୍ଷର ବଜେଟ ସ୍ଵାଧିନ ଭାରତର ଅଦ୍ୟାବଧି ସବୁଠୁ ଉତ୍କୃଷ୍ଟ ବଜେଟ ବୋଲି ଅଭିହିତ କରିଛନ୍ତି। ବଜେଟରେ ମୋଦୀ ସରକାର ସବୁ କ୍ଷେତ୍ରକୁ ଗୁରୁତ୍ଵ ଦେଇଛନ୍ତି। ଏଥିରେ କୃଷକ, ଛାତ୍ର, ଯୁବକ, ମହିଳା, ଗରିବ ଓ ମଧ୍ୟବିତ୍ତ ବର୍ଗଙ୍କ ପ୍ରତି ଦୃଷ୍ଟି ଦିଆଯାଇଛି ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ୮୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି |ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡିଛି। ଯେଉଁଠି ମନ୍ତ୍ରୀ ସୁରକ୍ଷିତ ନାହାନ୍ତି ସେଇଠି ରାଜ୍ୟରେ ଶାସନ କିଏ କରୁଛି ବୋଲି ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଭକ୍ତ ଢେଙ୍କାନାଳ ଜିଲ୍ଲା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ହଜାର ହଜାର କୋଟି ଅନୁଦାନ ଆଣିଛନ୍ତି। ଏହାର ସଠିକ କ୍ରିୟାନ୍ବୟନ ସହ ଲୋକଙ୍କ ନିକଟରେ ପହଞ୍ଚାଇବାକୁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତିଶ୍ରୀ ତୋମାର । ଅନ୍ୟତମ ଅତିଥି ଭାବେ ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି ଯୋଗଦେଇ ସାଙ୍ଗଠନିକ ସମୀକ୍ଷା ଓ ଆଲୋଚନା କରିଛନ୍ତି । ଭାରତୀୟ ଜନତା ପାର୍ଟି ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ କରିବାକୁ ପରାମର୍ଶ ଦେଇଛନ୍ତି।
ଦୁଇଟି ଜିଲ୍ଲାର ସବୁ ବିଧାୟକ ଓ ସାଂସଦ ପ୍ରାର୍ଥୀ କିପରି ବିଜୟୀ କରିବା ଲକ୍ଷ୍ୟରେ କାର୍ଯ୍ୟକର୍ତ୍ତା ମାନେ କାମ କରିବାକୁ ଆହ୍ଵାନ ଦେଇଛନ୍ତି। ଆଜି ଦିନ ଦୟାଲ ଉପାଧ୍ୟାୟ ଙ୍କ ପୁଣ୍ୟତିଥି ହୋଇଥିବାରୁ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ଦିନ ଦୟାଲ ଙ୍କ ଜୀବନୀ ଏବଂ ତାଙ୍କରି ଆଦର୍ଶ ରେ କିପରି ନରେନ୍ଦ୍ର ମୋଦୀ ଅନୁପ୍ରାଣିତ ହୋଇ ଲକ୍ଷ, ପଥ ଏବଂ ପଣ ଅନ୍ତ୍ୟୋଦ୍ୟୋୟ ପାଇଁ କାର୍ଯ୍ୟ କରୁଛନ୍ତି ପ୍ରକାଶ କରିଥିଲେ। ରାଜ୍ୟ ସମ୍ପାଦକ ତଥା ଲୋକସଭା ପ୍ରଭାରୀ ସୀମାଞ୍ଚଳ ଖଟେଇ ବୈଠକ ରେ ସଂଯୋଜନା କରି ଆଗାମୀ ଦିନରେ ବିଜେପି ର ସାଙ୍ଗଠନିକ କାର୍ଯ୍ୟକ୍ରମ ଉପରେ ମତ ରଖିଥିଲେ। ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଆଗାମୀ ଦିନରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା କୁ ନେଇ ବିଜେପି ୧୩ ତାରିଖରେ ଭୁବନେଶ୍ୱର ରେ,୧୫ ତାରିଖ ରେ ଜିଲ୍ଲାପାଳ ଅଫିସ ଘେରାଉ ୧୭,୧୮,୧୯ ରେ ସମସ୍ତ ବିଧାନସଭା କ୍ଷେତ୍ରରେ ଯୁବମୋର୍ଚ୍ଚା ପକ୍ଷରୁ ଘେରାଉ କାର୍ଯ୍ୟକ୍ରମ କରାଯିବ ବୋଲି ପ୍ରକାଶ କରିଥିଲେ । ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ମହାପାତ୍ର ଧନ୍ୟବାଦ ଦେଇଥିଲେ ଅନୁଗୋଳ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ଲୋକସଭା ସଂଯୋଜକ ପ୍ରେମାନନ୍ଦ ଜେନା, ପ୍ରବାସ ଯୋଜନା ରାଜ୍ୟ ସହ ସଂଯୋଜକ ଧିରେନ ସେନାପତି ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ, ଅଞ୍ଜଳି ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୂତି ପ୍ରଧାନ, ଭାଗୀରଥୀ ପ୍ରଧାନ, ଅଶୋକ ମହାନ୍ତି, ପ୍ରତାପ ପ୍ରଧାନ, ଅଗସ୍ତି ବେହେରା, ପ୍ରତିମା ମିଶ୍ର ଙ୍କ ସମେତ ଉଭୟ ଜିଲ୍ଲା ର ଶତାଧିକ ଦଳର ପଦାଧିକାରୀ ଉପସ୍ଥିତ ଥିଲେ |
ଅନୁଗୋଳ ଜିଲ୍ଲା ରୁ ରାଜେଶ ପାତ୍ର ଙ୍କ ରିପୋର୍ଟ୍