ଜାତୀୟ ସ୍ତର ତାଇକୋଣ୍ଡୋ ପ୍ରତିଯୋଗିତା

୧୨-୦୨-୨୦୨୩
ଗତ ୪/୫ ତାରିଖରେ ପୁନେ ଠାରେ ଜାତୀୟ ସ୍ତର ତାଇକୋଣ୍ଡୋ ପ୍ରତିଯୋଗିତା ହୋଇଯାଇଅଛି। ସେଥିରେ ୧୪ ବର୍ଷରୁ କମ ଶୀର୍ଷକ ରେ ଓଡ଼ିଶା ତରଫରୁ ଢେ଼ଙ୍କାନାଳ ଜିଲ୍ଲା ରୁ ରହଣୀ ଗ୍ରାମ ନିବାସୀ ଶ୍ରୀ ଯୁଧିଷ୍ଠିର ସାହୁ ଓ ଝିଲିରାଣୀ ସାହୁଙ୍କ ସୁପୁତ୍ର ଶ୍ରୀ ଶୁଭ୍ରାଂଶୁ ଶେଖର ସାହୁ ସୌମ୍ୟବ୍ରତ ସାହୁଙ୍କର ତତ୍ୱା ବଧାନ ରେ ଭାଗ ନେଇଥିଲେ। ସେ ଦୁଇ ସ୍ତର ଖେଳି ସ୍ଵର୍ଣ୍ଣ ପଦକ ଲାଭ କରିଥିଲେ। ପ୍ରଥମ ସ୍ତର ରେ ପୁନେ ର ଖେଳାଳି ପ୍ରତ୍ୟୁଷ କୁମାର ୧୩:୮ ପଏଣ୍ଟ ରେ ହରାଇ ରଜତ ପଦକ ଅଧିକାରୀ ହୋଇଥିଲେ। ଦିତୀୟ ସ୍ତର ରେ ଗୋଆ ର ଖେଳାଳି ଆକାଶ ଙ୍କୁ ୧୮:୧୨ ହରାଇ ସ୍ଵର୍ଣ୍ଣ ପଦକ ଲାଭ କରିଥିଲେ। ପିତା ଯୁଧିଷ୍ଠିର ସାହୁ ପେଶାରେ ଜଣେ ସୂଚନା ପ୍ରଦ୍ୟୋଗିକି କ୍ଷେତ୍ର ରେ ନିର୍ବାହକ ଯନ୍ତ୍ରୀ ଭାବରେ ଓ ଦେବ ସେନା ହିନ୍ଦୁ ସଙ୍ଗଠନ ର ଜିଲ୍ଲା ମହାସଚିବ ପଦବୀରେ କାମ କରନ୍ତି। ମାତା ଝିଲିରାଣି ସାହୁ ଜଣେ ଗୃହିଣୀ। ଶୁଭ୍ରାଂଶୁ ପ୍ରତିଯୋଗିତା ପାଇଁ ଗତ ୩ ମାସ ହେଲା ପ୍ରତିଦିନ ୬/୮ ଘଣ୍ଟା ପରିଶ୍ରମ କରୁଥିଲେ।ବିଦ୍ୟାଳୟ ପାଠ୍ୟକ୍ରମ, ଆସନ୍ତା ଚତୁର୍ମସ୍ୟ ପରୀକ୍ଷା ପ୍ରସ୍ତୁତି ସହ ତାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ପ୍ରତିଦିନ ୬/୮ ଘଣ୍ଟା ପରିଶ୍ରମ କରୁଥିଲେ। ସେ ଏହି ସଫଳତା ପାଇଁ ପିତାମାତା, ଗୁରୁ ସୁମ୍ୟବ୍ରତ ଓ ଅନ୍ୟ ଗୁରୁଜନ ମାନଙ୍କ ଆଶୀର୍ବାଦ ରହିଛି ବୋଲି କହିଛନ୍ତି। ତାଙ୍କର ପ୍ରଚଣ୍ଡ ଆଶା ଓ ବିଶ୍ବାସ ଅଛି ଯେ ସେ ଅଲମ୍ପିକ୍ସ, ଏସିଆନ ଖେଳ, କମନ୍ ୱେଲଥ ଖେଳ ରେ ଭାଗ ନେଇ ଭାରତ ଓ ଓଡ଼ିଶା ର ଟେକ ରଖିବେ। ସେଥିପାଇଁ ସେ ଜିଲ୍ଲା ଓ ରାଜ୍ୟ ସରକାରୀ ଓ ବେସରକାରୀ ସ୍ତରରେ ସହଯୋଗ ହାତ ବଢାଇବେ ଆଶା କରିଛନ୍ତି।

Recent Post

Live Cricket Update