ଭବାନୀପୁର ପ୍ରାଥମିକ ବିଦ୍ୟାଳୟ ଠାରେ ପରିବେଶ ସୁରକ୍ଷା କର୍ମଶାଳା

ଭବାନୀପୁର ପ୍ରାଥମିକ ବିଦ୍ୟାଳୟ ଠାରେ ପରିବେଶ ସୁରକ୍ଷା କର୍ମଶାଳା


କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ୍ ଅନ୍ତର୍ଗତ ଲକ୍ଷ୍ମୀପୁର ପଞ୍ଚାୟତର ଭବାନୀ ପୁର ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ସୁଧିର କୁମାର ରଥଙ୍କ ଦ୍ଵାରା ଆୟୋଜିତ ଏକ ଦିନିକିଆ ପରିବେଶ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲକ୍ଷ୍ମୀପୁର ପଞ୍ଚାୟତର ସରପଞ୍ଚ ରମେଶ ଚନ୍ଦ୍ରଚ଼ ନାଏକ ମୁଖ ଅତିଥି ରୂପେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ କଳାହାଣ୍ଡି ଜିଲ୍ଲା ମିଲିତ ସାମ୍ବାଦିକ ସଂଘର ସଭାପତି ନାରାୟଣ ପ୍ରସାଦ ନାୟକ ଯୋଗଦାନ କରିଥିବା ସମୟରେ ସଂଘର କର୍ମକର୍ତ୍ତା ତଥା ବିଭିନ୍ନ ଗଣମାଧ୍ଯର ପ୍ରତିନିଧି ମଧୂସୁଦନ ମହାପାତ୍ର, ବିରଞ୍ଚି ନାରାୟଣ ଯୋଶୀ, ସଂଗ୍ରାମ କେଶରୀ ମହାପାତ୍ର ଓ ସିମାଞ୍ଚଳ ତ୍ରୀପାଠୀ ପ୍ରମୁଖ ଯୋଗଦେଇ ତାଙ୍କ ଅଭିଭାଷଣ ମାଧ୍ୟମରେ ପ୍ରଧାନ ଶିକ୍ଷକଙ୍କ ଏହି ପରି ଏକ ମହତ୍ତ୍ଵକାର୍ଯ୍ୟ ହାତକୁ ନେଇଥିବାରୁ ପ୍ରସଂଶା କରିବା ସହ ଆଗାମୀ ଦିନରେ ଏହା ଏକ ଉଦାହରଣ ସୃଷ୍ଟି କରିବ। ପରିବେଶ ସୁରକ୍ଷାକୁ ନେଇ ସମସ୍ତ ବିଦ୍ୟାଳୟ ମାନଙ୍କରେ ଏପରି କର୍ମଶାଳା ଆୟୋଜନ କରାଗଲେ ବହୁ ମାତ୍ରାରେ ସଚେତନା ସୃଷ୍ଟି କରାଯାଇ ପାରନ୍ତା । ମିଳିତ ସାମ୍ବାଦିକ ସଂଘ ପକ୍ଷରୁ ବିଦ୍ୟାଳୟର ଛାତ୍ର, ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁରେ ଗୋଟାଏ ଗୋଟାଏ ବୃକ୍ଷରୋପଣ କରି ବଞ୍ଚାଇବା ପାଇଁ ଚେଷ୍ଟା କରନ୍ତୁ ଗଛ ଦେଖି ସେ ଛାତ୍ର ବା ଚ୍ଛାତ୍ରୀଙ୍କୁ ପୁରସ୍କୃତ କରାଯିବ। ପ୍ରଧାନ ଶିକ୍ଷକ ଶ୍ରୀ ରଥ ସୁଚନା ଦେଇଥିଲେ।ସେ ଗ୍ରାମର ମହିଳା ଓ ପୁରୁଷମାନଙ୍କୁ ନେଇ ଏକ କମିଟି ଗଠନ କରି ସେମାନଙ୍କ ସହ ଗ୍ରାମର ଘର ଘର ବୁଲ ବୃକ୍ଷରୋପଣ ସହ ଜଙ୍ଗଲକୁ କିପରି ସୁରକ୍ଷା କରାଯିବ ସଂର୍ପକରେ ବୁଝାଇବେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ଏକ ସଚେତନତା ଗୀତିନାଟ୍ୟ ପରିବେଶଣ କରାଯାଇଥିଲା। ସର୍ବଶେଷରେ ବିଦ୍ୟାଳୟର କକ୍ଷୟତ୍ରୀ ସିକ୍‌ତା ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ

କଳାହାଣ୍ଡି ଭବାନୀପାଟଣାରୁ ତିରୁପତି ପାତ୍ରଙ୍କ ସହ ନାରାୟଣ ପ୍ରସାଦ ନାୟକଙ୍କ ରିପୋଟ

Recent Post

Live Cricket Update

× How can I help you?