ଚୌଦ୍ଵାର ରେ ୪୪ ମଣ୍ଡଳ ରାଜ ଦୋଳ ଯାତ୍ରା ପାଇଁ ପ୍ରସ୍ତୁତି ଵୈଠକ

ଚୌଦ୍ଵାର ରେ ୪୪ ମଣ୍ଡଳ ରାଜ ଦୋଳ ଯାତ୍ରା ପାଇଁ ପ୍ରସ୍ତୁତି ଵୈଠକ

କଟକ ଜିଲ୍ଲା ଚୌଦ୍ଵାର ଅନ୍ତର୍ଗତ ଆଗ୍ରହାଟ ସ୍ଥିତ ମାଧବ ମନ୍ଦିର ପ୍ରାଙ୍ଗଣରେ ୪୪ ମଣ୍ଡଳ ସମିତି ପକ୍ଷ ରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକରେ ୪୪ ମଣ୍ଡଳ ସମିତି ର ସଭାପତି ଶ୍ରୀଯୁକ୍ତ ଦିପକ କୁମାର ମଙ୍ଗରାଜ ସଭାପତିତ୍ୱ କରିଥିଲେ। ଏହି ବୈଠକ ରେ ସଭାପତି ଶ୍ରୀଯୁକ୍ତ ମଙ୍ଗରାଜ ଏହି ଯାତ୍ରା କୁ କିଭଳି ଭାବେ ସରସ, ସୁନ୍ଦର ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରାଯିବା ସହିତ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିବା ବେଳେ ସମ୍ପାଦକ ନବ ସାହୁ ଅନୁଷ୍ଠାନ ର ଆୟ ବ୍ୟୟ ହିସାବ ଉପସ୍ଥାପନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l
ଏହି ବୈଠକ ରେ ରାଜ ଦୋଳ ସମିତି ର ସମସ୍ତ ସଦସ୍ୟ ଓ ବିଭିନ୍ନ ଠାକୁର ଙ୍କ ର ମାର୍ଫଦାର ମାନେ ଉପସ୍ଥିତ ରହିବା ସହିତ ସର୍ବ ସମ୍ମତି କ୍ରମେ ପୂର୍ଵ ନିର୍ଦ୍ଧାରିତ ତିଥି ଅନୁସାରେ ଆସନ୍ତା ୩ ତାରିଖ ରେ ଅଗ୍ରାହାଟ ୪ ତାରିଖ ରେ ଜଗତପୁର, ୫ ତାରିଖ ରେ ଗୋଡ଼ିପାଟଣା, ୭ ତାରିଖ ରେ ଚୌଦ୍ୱାର ଏବଂ ୮ ତାରିଖ ଦିନ ଫକୀରପୁର ରେ ଯାତ୍ରା ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଥିଲା ।
ଅନ୍ୟ ମାନଂକ ମଧ୍ୟରେ ଏହି ବୈଠକ ରେ ଉପସଭାପତି ହରିହର ପଣ୍ଡା, ଭାବଗ୍ରାହୀ ପଣ୍ଡା, ଶିବ ଶଙ୍କର ସାହୁ, ମୁକୁନ୍ଦଦେବ ବରାଳ, ରବୀନ ଚନ୍ଦ୍ର ସୁବୁଦ୍ଧିରାୟ, ରବୀନ୍ଦ୍ର ମହାପାତ୍ର ଭାଗିରଥି ବେଉରା, ଚନ୍ଦ୍ର ମୋହନ ଚୌଧୁରୀ, ତ୍ରିଲୋଚନ ପଣ୍ଡା, ରବୀନ୍ଦ୍ର ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ ।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍

Recent Post

Live Cricket Update