[ ଜଗତସିଂହପୁର ଜ଼ିଲ୍ଲା ଡିଜିଟାଲ ମିଡ଼ିଆ ଆସୋସିଏସନ ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ]
ଜଗତସିଂହପୁର
ତା =12/2/23
ଜଗତସିଂହପୁର ଜ଼ିଲ୍ଲା ଡିଜିଟାଲ ମିଡ଼ିଆ ଆସୋସିଏସନ ର ତୃତୀୟ ସାଙ୍ଗଠନିକ ବୈଠକ ସ୍ଥାନୀୟ ଗୋପବନ୍ଧୁ ପାର୍କ ରେ ସଭାପତି ତପନ କୁମାର ରାଉତରାୟ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକ ରେ ସମ୍ପାଦକ ତାରାପଦ ମହାନ୍ତି ଡିଜିଟାଲ ମିଡିଆରେ କାଯ୍ୟକରୁଥିବା ସାମ୍ବାଦିକମାନେ ଅନେକ ଘାତ ପ୍ରତିଘାତ, ଏବଂ ବାଦ ବିବାଦ ମଧ୍ୟ୍ୟ ରେ କାର୍ଯ୍ୟ କରୁଛନ୍ତି |ସେମାନଙ୍କ ର ସ୍ୱାଭିମାନ ଓ ହକ ନିମନ୍ତେ ସମସ୍ତ ଡିଜିଟାଲ ମାଡିଆ ସାମ୍ବାଦିକ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ | ଏହି ବୈଠକ ରେ ଡିଜିଟାଲ ମିଡ଼ିଆ କାର୍ଯ୍ୟକାରୀ ସଭାପତି ଦୀପକ ମହାନ୍ତି, ଲୋକନାଥ ସାହୁ, ପ୍ରତାପ ସିଂ, ପ୍ରମୁଖ ତିରିଶି ରୁ ଉର୍ଦ୍ଧ ସାମ୍ବାଦିକ ଜ଼ିଲ୍ଲା ହେଡ଼ କ୍ୱାଟର ରୁ ଯୋଗଦେଇ ସେମାନଙ୍କ ବିଭିନ୍ନ ସମସ୍ୟା ଉଥାପନ୍ନ କରିଥିଲେ |ଆଗାମୀ ଦିନରେ ଜ଼ିଲ୍ଲା ର ୮ଟି ବ୍ଲକ ରେ କାର୍ଯ୍ୟରତ ଡିଜିଟାଲ ମିଡ଼ିଆ ସାମ୍ବାଦିକ ମାନଙ୍କୁ ସଂଗଠିତ କରାଯାଇ ସେମାନ ଙ୍କ ହକ ନିମନ୍ତେ କାର୍ଯ୍ୟକରାଯିବ ବୋଲି ସର୍ବ ସଂମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ