କାଙ୍କଡପାଳ ଗ୍ରାମରେ ଅଷ୍ଟପ୍ରହର ନାମ ସଂକୀର୍ତନ

କାଙ୍କଡପାଳ ଗ୍ରାମରେ ଅଷ୍ଟପ୍ରହର ନାମ ସଂକୀର୍ତନ

ଢେଙ୍କାନାଳ , ୧୨ / ୦୨ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ କାଙ୍କଡପାଳ ପୁରୁଣାସାହିରେ ୧୭ତମ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । ଗତ ୧୧ ତାରିଖରେ କଳସଯାତ୍ରା ଓ ଅଧିବାସ ହୋଇଥିଲା । ଏଥିରେ ସାହିର ମହିଳା ଓ ପୁରୁଷମାନଙ୍କୁ ନେଇ କଳସଯାତ୍ରା ହୋଇଥିଲା । ଅଦ୍ୟ ୧୨ତାରିଖ ପ୍ରାତଃରୁ ଆରମ୍ଭ ହୋଇ ଏହା ଅଷ୍ଟପ୍ରହର ନାମ ସଂକୀର୍ତନ ଆସନ୍ତାକାଲି ପ୍ରାତଃ ପର୍ଯ୍ୟନ୍ତ ଲାଗିରହିବ । ସଂଧ୍ୟା ୬ଟା ବେଳେ ସଂଧ୍ୟା ଆଳତୀ ହୋଇଥିଲାବେଳେ ଏଥିରେ ପାଖାପାଖି ଆଖପାଖ ଗ୍ରାମରୁ ୨୦ରୁ ୨୫ ସଂକୀର୍ତନ ମଣ୍ଡଳୀ ଯୋଗଦେଇ ନାମ ସଂକୀର୍ତନ କରିଥିଲେ । ଉକ୍ତ ନାମଯଜ୍ଞରେ ପ୍ରାୟ ୨୫୦୦ରୁ ଅଧିକ ଭକ୍ତ ରାତ୍ର ୭ ଘଟିକା ସମୟରେ ପ୍ରସାଦସେବନ କରିଥିଲେ । ୧୩ ତାରିଖ ଦିନ ନଗର ଭ୍ରମଣ କରି ଦଧୂହାଣ୍ଡି ଭଙ୍ଗାଯିବ । ଏହି ନାମଯଜ୍ଞଙ୍କୁ ସାହି କମିଟିର ସଦସ୍ୟ ଓ ମହିଳାମାନେ ସହଯୋଗ କରି ସମାପନ କରିଥିଲେ । ପୂଜକ ଜଗନ୍ନାଥ ତ୍ରିପାଠୀ ମହାପ୍ରଭୁଙ୍କର ସମସ୍ତ ପୂଜାବିଧ ସୁଚାରୁରୂପେ କରିଥିଲେ । ଏହି ନାମଯଜ୍ଞକୁ ପୁରୁଷୋତମ ଦାସ , କୈଳାସ ସାହୁ , ବିଚିତ୍ରାନନ୍ଦ ସାହୁ , ମଧୁସୂଦନ ଦାସ , ପ୍ରମୋଦ ପଣ୍ଡା ଓ ଶ୍ରୀନିବାସୀ ଦାସ ପ୍ରମୁଖ ସୁଚାରୁରୂପେ ପରିଚାଳନା କରିଥିଲେ ।

Recent Post

Live Cricket Update