ବିଞ୍ଝାରପୁର ବ୍ଳକ ଟିଚର୍ସ କ୍ଳବର ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ
ବିଷୟ_____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଶ୍ରୀ ବନ୍ତ ହାଇସ୍କୁଲ ଠାରେ ଆଜି ବିଞ୍ଝାରପୁର ବ୍ଳକ ଟିଚର୍ସ କ୍ଳବର ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ଓ ସମ୍ବର୍ଦ୍ଧନା ଉତ୍ସବ ରବିନାରାୟଣ ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଶମ୍ଭୁନାଥ ଦାଶ ସଂପାଦକୀୟ ବିବରଣୀ ପାଠ କରିଥିଲେ।ଓ ସରୋଜ କୁମାର ମଲ୍ଲୀକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।ପ୍ରାଧ୍ୟାପକ ସୁବାସ ଚନ୍ଦ୍ର ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଧିବା ବେଳେ ବୃନ୍ଦାବନ ସାମଲ ଓ ବିଚିତ୍ରାନନ୍ଦ ପୁହାଣ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଥିଲେ ।ଏବଂ ବିଜୟା ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।ଓ ଛାତ୍ର,ଛାତ୍ରୀ ମାନଙ୍କୁ ଆଜିର ସମାଜରେ କିଭଳି ଭଲ ସୁନାଗରିକ ହୋଇ ସମାଜରେ ଭଲ କାମ କରିବେ ସେବିଷୟରେ ପରାମର୍ଶ ଦେଇଥିଲେ।ଏହି ଅବସରରେ ମାତୃଭାଷା ରେ ଶିକ୍ଷାଦାନ ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷିକାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ବ୍ଳକର ୧୨ ଜଣ ମାଟ୍ରିକ ଟପ୍ପରଙ୍କୁ ପୁରୁଷୋତ୍ତମ ସାହୁ ମେଧା ସମ୍ମାନ, ତୃତୀୟ, ପଞ୍ଚମ ଓ N R T C ବୃତ୍ତି ପରିକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ୨୮ ଜଣ ଛାତ୍ର ଛାତ୍ରୀ ଙ୍କୁ ମାଧବାନନ୍ଦ ଗୁରୁ ମେଧା ସମ୍ମାନ ଏବଂ ୨୬ ଜଣ ଶିଶୁ ପ୍ରତିଭା ମାନଙ୍କୁ ଆଲ୍ଫା ମେମୋରିଆଲ ମେଧା ସମ୍ମାନରେ ସମ୍ମାନିତ କରାଯାଇଥିଲା।ଶେଷରେ ପ୍ରମୋଦ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।ଏ ସମସ୍ତ କାର୍ଯ୍ୟକ୍ରମ କୁ ଟିଚର୍ସ କ୍ଳବର ସଦସ୍ୟ ମାନେ ସହଯୋଗ କରିଥିଲେ।
ଯାଜପୁରରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ