ବି.ଆଇ.ପି.ଏଫ୍‌ ସ୍କୁଲର ଟି.ବି.ଏସ୍ ନକ୍ଆଉଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ବି.ଆଇ.ପି.ଏଫ୍‌ ସ୍କୁଲର ଟି.ବି.ଏସ୍ ନକ୍ଆଉଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ଵାର ସ୍ଥିତ ଦ ବି.ଆଇ.ପି.ଏଫ୍‌ ସ୍କୁଲ ଆନୁକୂଲ୍ୟରେ ଟି.ବି.ଏସ୍ ନକ୍ଆଉଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ନିହାର ରଞ୍ଜନ ଭୂୟାଁ ଏହି ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନମଶ୍ରୀ ପତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ | ଉକ୍ତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ବହୁ ସଂଖ୍ୟାରେ ପ୍ରତିଯୋଗୀ ବାପା ମାନେ ଅଂଶଗ୍ରହଣ କରିଥିଲେ | ଏହି ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍ ଗୃପ୍ ଏ ଏବଂ ଗୃପ୍ ସି ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଦ୍ଵିତୀୟ ମ୍ୟାଚ୍ ଗୃପ୍ ବି ଏବଂ ଗୃପ୍ ଡି ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ଫାଇନାଲ୍ ମ୍ୟାଚ୍ ଗୃପ୍ ସି ଏବଂ ଗୃପ୍ ବି ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ଏହି ଟୁର୍ଣ୍ଣାମେଣ୍ଟରେ ଗୃପ୍ ସି ସିରିଜ୍ ଜିତିଥିବା ବେଳେ ଗୃପ୍ ବି ରନର୍ସ ଅଫ୍‌ ହୋଇଥିଲା | ଶ୍ରୀଯୁକ୍ତ ହେମନ୍ତ କୁମାର ଜେନା ଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ୍ ଓ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ବାରିକ ଙ୍କୁ ମ୍ୟାନ୍ ଅଫ୍‌ ଦ ସିରିଜ୍ ଘୋଷଣା କରାଯାଇଥିଲା | ଶ୍ରୀଯୁକ୍ତ ଡମ୍ବରୁଧର ଦାସ , ବେଷ୍ଟ ବୋଲର ଟାଇଟେଲ ଅର୍ଜନ କରିଥିଲେ | ଗୃପ୍ ସି ର କ୍ୟାପ୍ଟେନ୍ ଶ୍ରୀଯୁକ୍ତ ମାନସ ରଞ୍ଜନ କର , ଟିବିଏସ୍ ନକ୍ଆଉଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଟ୍ରଫି ଗ୍ରହଣ କରିଥିବା ବେଳେ ଗୃପ୍ ବି ର କ୍ୟାପ୍ଟେନ୍ ଶ୍ରୀଯୁକ୍ତ ମଳୟ କୁମାର ସୁବୁଧିରାଏ ରନର୍ସ ଅଫ୍‌ ଟ୍ରଫି ଗ୍ରହଣ କରିଥିଲେ | କ୍ରୀଡା ଶିକ୍ଷକ ପ୍ରଣବ ସରକାର ମାର୍ଗ ଦର୍ଶକ ଭାବେ କ୍ରୀଡାକୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ | ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉକ୍ତ କ୍ରୀଡାର ସୁପରିଚାଳନା କରିଥିଲେ | ଅଭିଭାବକମାନେ ବିଦ୍ୟାଳୟର ଏହି ପ୍ରଚେଷ୍ଠାକୁ ଭୂୟସୀ ପ୍ରଶଂସା କରିଥିଲେ ।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନୀୟୁଜ୍ ।

Recent Post

Live Cricket Update