ବଅଁରପାଳ ଥାନା ଭୋଗବେରେଣୀ ଗ୍ରାମ ଚାଇଁପାଳ ଅଞ୍ଚଳର ସୁରେନ୍ଦ୍ର ଦାସଙ୍କୁ ଖଣ୍ଡାରେ ଆକ୍ରମଣ ନେଇ ବଅଁରପାଳ ଥାନାରେ ଅଭିଯୋଗ । ଥାନା ପକ୍ଷରୁ ସୂଚନା ଅନୁଯାୟୀ ପୂର୍ବାହ୍ନ ୯ ଘଟିକା ୩୦ ମିନିଟ ସମୟରେ ନିଜ ଘର ରାସ୍ତା ଦେଇ ଯିବା ସମୟରେ ଦେଖିଲେ ଯେ ଆରଆଇଙ୍କ ଦ୍ଵାରା ଜାଗା ଚିହ୍ନଟ ହୋଇ ପୋତା ଯାଇଥିବା ପଥରକୁ ଉପାଡି କେହି ରାସ୍ତାରେ ପକାଇ ଦେଇଛନ୍ତି । ଉକ୍ତ ପଥରକୁ ରାସ୍ତାରୁ ଉଠାଇବା ବେଳେ ଗ୍ରାମର ବିଷ୍ଣୁ ଦାସ, ସାନୁ ଦାସ, ଗୌରୀ ଦାସ, ସରସ୍ୱତୀ ଦାସ, ପ୍ରତିମା ଦାସ ମିଳିତ ହୋଇ ବିଭିନ୍ନ ଖଣ୍ଡା, ବିଭିନ୍ନ ମାରାତ୍ମକ ଅସ୍ତ୍ରଶସ୍ତ୍ର ଓ ପଥରରେ ମରଣାତ୍ମକ ଆକ୍ରମଣ କରିଥିଲେ । ଫଳରେ ସୁରେନ୍ଦ୍ର ଦାସଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ସୁରେନ୍ଦ୍ରଙ୍କୁ ଉଦ୍ଧାର କରିବା ପାଇଁ ଦୌଡ଼ି ଆସିଥିଲେ ତାଙ୍କ ଝିଆରୀ। ତାଙ୍କୁ ମଧ୍ୟ ଉକ୍ତ ବ୍ୟକ୍ତି ମାନେ ପିଟାପିଟି କରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିଥିଲେ । ଏସମ୍ପର୍କରେ ବଅଁରପାଳ ଥାନା ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।
