କେନ୍ଦୁଝରରେ ମେଡିକାଲ କଲେଜ ଉଦ୍ଘାଟିତ, ମୁଖ୍ୟମନ୍ତ୍ରୀ କହିଲେ- ଆଉ ଯିବାକୁ ପଡ଼ିବନି କଟକ, ଭୁବନେଶ୍ୱର
ଅଜି କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ କେନ୍ଦୁଝର ଗସ୍ତରେ ଆସି ଜିଲ୍ଲାର ବିକାଶମୂଳକ କାମ ପାଇଁ ବଡ ଭେଟି ଦେଇଛନ୍ତି । ମୋଟ୍ ୪୭୦୩କୋଟି ମୂଲ୍ୟର ୨୫୯ଟି ପ୍ରକଳ୍ପର ଶୁଭାରମ୍ଭ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଗରିବ ଲୋକମାନଙ୍କୁ ଆଉ ସ୍ୱାସ୍ଥ୍ୟ ସେବା ପାଇଁ କଟକ, ଭବନେଶ୍ୱର ଯିବାକୁ ପଡିବ ନାହିଁ । ଏହି ମେଡିକାଲ କଲେଜ ସହ, କ୍ୟାନସର କେୟାରିଂ ଓ ନର୍ସିଂ କଲେଜ ଖୁବଶୀଘ୍ର ଖୋଲାଯିବ । ମୁଁ ସବୁବେଳେ କହିଆସିଛି, ପ୍ରତିଟି ଜୀବନ ମୋ ପାଇଁ ମୁଲ୍ୟବାନ, ଏହି ନୀତି ଆମ ସ୍ୱାସ୍ଥ୍ୟସେବାକୁ ବାଟ ଦେଖାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନେକ ଲୋକ ସୁବିଧା ପାଇଥିବେ ।ମା ମାନଙ୍କ ପାଇଁ ୧୦ ଲକ୍ଷ ଏବଂ ଅନ୍ୟମାନଙ୍କ ପାଇଁ ୫ ଲକ୍ଷର ଚିକିତ୍ସା ସୁବିଧା ମିଳୁଛି । ଏ ଯୋଜନା ସାରା ଭାରତରେ ଭଲ ଯୋଜନା । ବର୍ତ୍ତମାନ ସୁଦ୍ଧା ୮ ଲକ୍ଷ ୩୦ ହଜାର ଲୋକ ଏହାର ସୁବିଧା ନେଇଛନ୍ତି । ୧୮ ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି । କେନ୍ଦୁଝରରେ ମଧ୍ୟ ୨୪ ହଜାର ଲୋକ ଏହି ଯୋଜନାରେ ସୁବିଧା ପାଉଛନ୍ତି ।