ଶ୍ରୀ ଜଗନ୍ନାଥ ପାଞ୍ଚରlତ୍ର ର ଚତୁର୍ଥ ବାର୍ଷିକ ପ୍ରସ୍ତୁତି ବୈଠକ
ଚୌଦ୍ଵାର କଟକ ନିର୍ବାଚନ ମଣ୍ଡଳୀ କୟଳ ପଡ଼ା ପଞ୍ଚାୟତ ଅନ୍ତର୍ଗତ ନୂଆପାଟଣା ଡାକବଙ୍ଗଳା ରେ ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ଚୌଦ୍ୱାର, ଆନୁକୁଲ୍ୟରେ, ଚଳିତ ବର୍ଷ ଶ୍ରୀ ଜଗନ୍ନାଥ ପାଂଚରାତ୍ର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଜଗନ୍ନାଥ ଭକ୍ତ ସମାଜ ର ଉପଦେଷ୍ଟା ପୁର୍ବତନ ବିଧାୟକ ଡ ପ୍ରଭାତ ରଞ୍ଜନ ବିଶ୍ୱାଳ ନେତୃତ୍ଵରେ ଏହି ବୈଠକ ଟି ଅନୁଷ୍ଟିତ ହୋଇଥିଲା। ଏହି ବୈଠକ ରେ ଓଡ଼ିଶା ସରକାର ଙ୍କ ବିଭିନ୍ନ ବିଭାଗର ପଦସ୍ତ ଅଧିକାରୀ ମାନେ ଯୋଗ ଦେଇ ଥିଲେ। ଏହି ବୈଠକରେ ଗ୍ରାମ୍ୟ ଜଳ ବିଭାଗର ଅଧିକ୍ଷଣ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ, ଏବଂ ସହକାରୀ ଯନ୍ତ୍ରୀ, ବିଡିଓ ଟାଙ୍ଗୀ, ଏବିଡିଓ ଟାଙ୍ଗୀ, ଉପାଧ୍ୟକ୍ଷl ଟାଙ୍ଗୀ ବ୍ଲକ, ଚୌଦ୍ୱାର ପୋଲିସ ଅଧିକାରୀ, ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ, ଫରେଷ୍ଟର, ଆର ଆଣ୍ଡ ବି ସହକାରୀ ନିର୍ବାହୀ ଯନ୍ତ୍ରୀ, ଏବଂ ସହକାରୀ ଯନ୍ତ୍ରୀ, ଇଲେକ୍ଟ୍ରିକାଲ ନିର୍ବାହୀ ଯନ୍ତ୍ରୀ, ଟାଙ୍ଗୀ ବ୍ଲକ ସହକାରୀ ଯନ୍ତ୍ରୀ,SCB ମେଡିକାଲ ଉପଦେଷ୍ଟା, ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି ଏବଂ ସମିତି ସଭ୍ୟ ଉପସ୍ଥିତ ଥିଲେ।
ଆସନ୍ତା ଫେବୃୟାରୀ ମାସ ୨୧ତାରିଖ ରୁ ୨୫ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କିପରି ଶୃଙ୍ଖଳା ର ସହିତ ସରସ ସୁନ୍ଦର ହେବ ସେ ବିଷୟରେ ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ପୁର୍ବତନ ବିଧାୟକ ଆଲୋଚନା କରିଥଲେ।
ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ର ଉପଦେଷ୍ଟା ନରେନ୍ଦ୍ର ନାଥ ସ୍ବାଇଁ, ସମ୍ପାଦକ ଶରତ କୁମାର ଖୁଣ୍ଟିଆ, ସଂଗଠନ ସମ୍ପାଦକ ନାରାୟଣ ସ୍ବାଇଁ,ସହ ସମ୍ପାଦକ ଦିବ୍ୟଜ୍ୟୋତି ପାଣି, ସଂlସ୍କୃତିକ ସମ୍ପାଦକ ସ୍ଵପ୍ନl ନାୟକ, ବିମଳ କୁମାର ବେଉରା, ମୀନକେତନ ପଣ୍ଡା, ଅଜୟ ଦାସ ମହାପାତ୍ର, ରମେଶ ନାୟକ, ଲକ୍ଷ୍ମୀଧର ଖୁଣ୍ଟିଆ,ପାବିତ୍ରମୋହନ ସାହୁ ଙ୍କ ସହିତ ସ୍ଥାନୀୟ ପଂଚାୟତ ର ମୂରବୀ ସିମନ୍ତ ପ୍ରଧାନ, ଶ୍ରୀଧର ରାଉଳ, ସୁଧାକର ନାୟକ, ରଶ୍ମୀ ରଞ୍ଜନ ପ୍ରଧାନ, ସ୍ମୃତି ରଞ୍ଜନ ନାୟକ, ଜୁବେଶ ନାୟକ, ହରିହର ପାତ୍ର, ତିର୍ଥାନନ୍ଦ ସୁବୁଦ୍ଧିରାୟ, ଲକ୍ଷ୍ମଣ ରାଉତ, ନରେଶ ମହାରଣା ପ୍ରମୁଖ ଉପସ୍ଥିତଥିଲେ ଶେଷରେ ନାରାୟଣ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
ଟାଙ୍ଗି ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍।