ବିଦ୍ୟାଳୟର ଜାଗାକୁ ଜବର ଦଖଲ କରିଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ବାହାଳ ସାହି ଗ୍ରାମବାସୀ
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ତହସିଲ ଅନ୍ତର୍ଗତ ବାହାଳସାହି ସରକାରୀ ଉଚ୍ଚ ବିଦ୍ୟାଳୟ ର ଜାଗା କୁ ଗ୍ରାମର କିଛି ଲୋକ ଜବର ଦଖଲ କରିଥିବାରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ବାହାଳସାହି ଗ୍ରାମବାସୀ । ବାହାଳସାହି ଗ୍ରାମବାସିଙ୍କ ଅଭିଯୋଗ ଯେ ସଶସ୍ତ୍ର, ବାହାଳସାହି ଉଚ୍ଚ ବିଦ୍ୟାଳୟ ର ଖାତା ନଂ. 444/371 ପ୍ଲଟ ନଂ 1796, 1797, 2072, 2098, 2139, 2142, 2148, 2149, 2150, 2151 ର ମୋଟ 7.617 ଏକର ସରକାରଙ୍କ ପକ୍ଷରୁ ଉଚ୍ଚ ବିଦ୍ୟାଳୟ ନାମରେ ପଟା ମଞ୍ଜୁରୀ ହୋଇଥିବା ବେଳେ ଗ୍ରାମର ବିଛି ମୁଷ୍ଟିମେୟ ବ୍ୟକ୍ତି ଜୋର୍ ଜବର ଦଖଲ କରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଘଟଣାର ଉଚିତ ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ।
ଅନୁଗୋଳ ଜିଲ୍ଲାରୁ ରାଜେଶ ପାତ୍ର ଙ୍କ ରିପୋର୍ଟ୍