ବଅଁରପାଳ ମେଡିକାଲ ରେ ଡାକ୍ତର ରହୁ ନଥିବାରୁ ଜିଲ୍ଲାପାଳଙ୍କୁ ଅଭିଯୋଗ
ଅନୁଗୋଳ ଜିଲ୍ଲା ବଅଁରପାଳ ମେଡିକାଲ ଡାକ୍ତର୍ ରହୁ ନଥିବା ରୁ ଆଜି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ମାନବ ଅଧିକାର କର୍ମୀ। ସୂଚନା ଯେ, ବଅଁରପାଳ ମେଡିକାଲ ରେ ସନ୍ଧ୍ୟା ସମୟରେ ରହୁ ନାହାନ୍ତି ଡାକ୍ତର । ରୋଗୀ ମାନେ ବହୁତ ହଇରାଣ ହୋଇ ଘରକୁ ଫେରି ଯାଉଛନ୍ତି । ରୋଗୀ ମାନଙ୍କୁ ବହୁତ ଖରାପ ବ୍ୟବହାର ମଧ୍ୟ କରୁଛନ୍ତି। ଯାହା ଫଳରେ ରୋଗୀ ମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣା ବିଷୟରେ ଉପରିସ୍ଥ ଅଧିକାରୀ ଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ବାଧ୍ୟ ହୋଇ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।
ଅନୁଗୋଳ ଜିଲ୍ଲାରୁ ରାଜେଶ ପାତ୍ର ଙ୍କ ରିପୋର୍ଟ୍