ଝିଅ ର ତଣ୍ଟି ଚିପି ହତ୍ୟା କଲା ଜ୍ୱାଇଁ ଥାନାରେ ଅଭିଯୋଗ ଆଣିଲେ ପରିବାର

ଝିଅ ର ତଣ୍ଟି ଚିପି ହତ୍ୟା କଲା ଜ୍ୱାଇଁ ଥାନାରେ ଅଭିଯୋଗ ଆଣିଲେ ପରିବାର

ଛୁଆ ଖୋଜୁଥିଲେ ବାପାର ସ୍ନେହ

ମା ଛେଉଣ୍ଡ କରି ଦେଲା ବାପା

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଥାନା ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ର ଗଡ଼ ସାହିରେ ସ୍ଵାମୀ ସ୍ତ୍ରୀ ର ହତ୍ୟା କରିଥିବା ନେଇ ଥାନା ରେ ଅଭିଯୋଗ କରିଛନ୍ତି ଝିଅର ପରିବାରବର୍ଗ। ସୂଚନା ମୁତାବକ ବଅଁରପାଳ ଥାନା ଅଞ୍ଚଳର ଗଡ଼ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ନରୋତ୍ତମ ଦେହୁରୀ ଙ୍କ ଝିଅ ଲକ୍ଷ୍ମୀପ୍ରିୟା ଦେହୁରୀ ଙ୍କୁ ସେହି ଗ୍ରାମର ସିପୁ ସାମଲ ପିତା ଅଯେଇ ସାମଲ ଭଲ ପାଇ ପ୍ରତାରିତ କରିବା ଅଭିଯୋଗ ରେ ସିପୁ ଜେଲ ଯାଇଥିଲା । ଜେଲ ରୁ ଆସିବା ପରେ ସିପୁ ଅନ୍ୟ ଏକ ସ୍ଥାନରେ ବିବାହ କରିଥିଲା। ପରବର୍ତ୍ତୀ ସମୟରେ ସିପୁ ବିବାହ ସ୍ତ୍ରୀ କୁ ଘରେ ରଖିଥିବା ବେଳେ ଲକ୍ଷ୍ମୀପ୍ରିୟା ସେହି ସାହି ରେ ଭଡା ଘରେ ରଖି ଚଳୁଥିଲେ। ଲକ୍ଷ୍ମୀପ୍ରିୟା ଙ୍କ ଏକ ୧୨ ବର୍ଷର ଆଉ ଏକ ୨ ମାସ ଝିଅ ଅଛି। ବିଗତ ପ୍ରାୟ ୫ ଦିନ ହେବ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ଲାଗୀ ରହିଥିଲା। ୧୨/୦୨/୨୩ ରିଖ ସନ୍ଧ୍ୟା ସମୟରେ ସିପୁ ଓ ତାର ମାମୁଁ ପୁଅ ରଜତ ସାମଲ ଦୁହେଁ ମିଶି ଝିଅର ତଣ୍ଟି ଚିପି ହତ୍ୟା କରିଥିବା ଥାନା ଅଭିଯୋଗ ହୋଇଛି। ଥାନା ପକ୍ଷରୁ ସଦଳବଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ରାତି ହୋଇଯାଇଥିବାରୁ ସୋମବାର ସକାଳେ ଘଟଣାସ୍ଥଳରେ ମାଜିଷ୍ଟ୍ରେଟ, ସାଇଣ୍ଟିଫିକ ଟିମ୍ ଓ ବଅଁରପାଳ ଥାନା ଅଧିକାରୀ ପହଞ୍ଚି ତଦାରଖ କରିବା ସହିତ ମୃତଦେହ କୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଛନ୍ତି ।

Recent Post

Live Cricket Update