ନିଖିଳ ଓଡିଶା 662(+2ଓ +3)ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆନ୍ଦୋଳନ

ନିଖିଳ ଓଡିଶା 662(+2ଓ +3)ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆନ୍ଦୋଳନ

ଭୁବନେଶ୍ୱର, ଆଜି ଲୋୟର ପିଏମଜୀ ଠାରେ 662 ବର୍ଗ କଲେଜ ସଂଘର ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି. ସମାନ କାମକୁ ସମାନ ଦରମା ଗ୍ରେଡ଼ ପେ ଆଧାରରେ ଦେବା, ସମସ୍ତଙ୍କୁ ଗ୍ରାଚୁଇଟି ଓ ପେନସନ ଦେବା,1.1.2022ରୁ 2018 ଜି. ଓ ପ୍ରତ୍ୟାଶୀ ମାନଙ୍କୁ 7ମ ବେତନ ଦରମା ପ୍ରଦାନ, ଓ ଅସଂଗତି ପଦବୀ ପାଇଁ ଆହୁତ ତଥ୍ୟକୁ ତୁରନ୍ତ ଯାଞ୍ଚ କରି ଅନୁଦାନ ପ୍ରଦାନ ଭଳି 4ଦଫା ଦାବିରେ ଆଜିର ଏହି ବିଶାଳ ରାଲି ଓ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା. ସଙ୍ଘ ତାର ଚାରି ଦଫା ଦାବି ନେଇ ମାଷ୍ଟର କ୍ୟାଣ୍ଟିନ ଛକରୁ ବାହାରି ଗାନ୍ଧୀ ମାର୍ଗ ସ୍ଥିତ ଲୋୟର ପିଏମଜୀ ଧାରଣା ସ୍ଥଳରେ ପହଂଚି ଏକ ବିରାଟ ପ୍ରତିବାଦ ସଭା କରିଥିଲା. ସଙ୍ଘର ରାଜ୍ୟ ସଭାପତି ଶ୍ରୀ ଗୋଲକ ନାୟକଙ୍କ ସଭାପତିତ୍ୱରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସବୁ ଜିଲ୍ଲାରୁ ବହୁଳ ମାତ୍ରାରେ ଅଧ୍ୟାପକ ଓ କର୍ମଚାରୀ ମାନେ ଏକାଠି ହୋଇଥିଲେ. ଶିକ୍ଷା ଦାନ କାର୍ଯ୍ୟରେ ନିୟୋଜିତ ହେବାର 30ବର୍ଷ ପରେ ବି ସବୁ କ୍ଷେତ୍ରରେ ବରିଷ୍ଠ ଥିବା ଅଧ୍ୟାପକ ଓ କର୍ମଚାରୀ ମାନେ ବାରମ୍ବାର ବୈମାତୃକ ମନୋଭାବର ଶିକାର ହୋଇ ଆସୁଛନ୍ତି, ରାଜ୍ୟ ସରକାରଙ୍କ ଭୁଲ ନିଷ୍ପତି ପାଇଁ ଆମକୁ ବାରମ୍ବାର ଆନ୍ଦୋଳନ କରିବାକୁ ପଡୁଛି ବୋଲି କହିଛନ୍ତି ସଭାପତି ଶ୍ରୀ ଗୋଲକ ନାୟକ. ଗତ 30.12.2021ରେ ରାଜ୍ୟ ସରକାର କାବିନେଟ ନିଷ୍ପତି ନେଇଥିଲେ ଯେ ସମାନ ଗ୍ରେଡ଼ ପେ କୁ ସମାନ ଦରମା ଦିଆଯିବ. ଗୋଟେ ବର୍ଷ ଆମେ ସମାନ ଦରମା ପାଇଲୁ କିନ୍ତୁ ତା ପରବର୍ଷ ସରକାର ପୁଣି କାବିନେଟ ନିଷ୍ପତିକୁ ବଦଳାଇଲେ. ଯାହାଦ୍ୱାରା ସମାନ ଫୁଟିଙ୍ଗରେ ଅଧ୍ୟାପକ ମାନେ 10000ଟଙ୍କା ତାରତମ୍ୟ ରହିଗଲା.488ବର୍ଗ ଅଧ୍ୟାପକ ମାନେ 662 ବର୍ଗ ଅଧ୍ୟାପକ ମାନଙ୍କ ଠାରୁ ଯଥେଷ୍ଟ ଜୁନିଅର ଥିଲେ ବି ସବୁ ଗୁଣରେ କମ ଥାଇ ବି ତାଙ୍କୁ ଦଶହଜାର ଟଙ୍କା ଅହେତୁକ ଅନୁକମ୍ପା ଦେଖାଇ ଦିଆଗଲା.488ର ଡେମନଷ୍ଟ୍ରେଟର, ପି ଇ ଟି, ଓ ଲାଇବ୍ରେରୀଆନ ମାନେ 662ବର୍ଗଙ୍କ ଠାରୁ ଆଠହଜାର ଟଙ୍କା ଅଧିକ ପାଇଲେ. ଏପରିକି ସ୍କୁଲ ଭାଇମାନେ ଯେଉଁମାନେ +2ଅଧ୍ୟାପକ 4200ଗ୍ରେଡ଼ ପେ ପାଇଁ 6000ଟଙ୍କା ଦରମା 488ବର୍ଗ ଠାରୁ କମ ପାଇଲେ. ଏଭଳି ସ୍ଥିତିରେ ଆମେ ମାନସିକ ଅସନ୍ତୁଳନ ଭିତରେ କେମିତି ପାଠ ପଢାଇବୁ ଏ ବିଷୟ ନେଇ ଆମେ ରାଜ୍ୟ ସରକାରଙ୍କୁ ବାରମ୍ବାର ଅବଗତ କରିଆସୁଥିଲେ ମଧ୍ୟ ବଡ ଚତୁରତାର ସହ ସରକାର ଏଡାଇ ଚାଲିଛନ୍ତି. ଗତଥର ଆନ୍ଦୋଳନ ବେଳେ ସରକାର ପ୍ରତିଶୃତି ଦେଇଥିଲେ ବିଚାର କରିବା ହେଲେ ଏବେ କିଛି ଶୁଣୁନାହାନ୍ତି. ଆମେ ମୁଖ୍ୟ ଶାସନ ସଚିବ ଓ ବିଧାୟକ ମାନଙ୍କୁ ବିଶ୍ୱାସ କରିବା କଣ ଭୁଲ ବୋଲି ପ୍ରଶ୍ନ କରିଛନ୍ତି ସଭାପତି ଶ୍ରୀ ଗୋଲକ ନାୟକ. ଏଥର ଆମେ ପୁଣି ସେହି ଚାରି ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛୁ, ଆହୋରାତ୍ର ଧାରଣାରେ ବସିବୁ ଯଦି ସରକାର କିଛି ନ ଶୁଣନ୍ତି ତେବେ ଅନଶନ କରିବୁ ତା ସତ୍ୱେ ଯଦି ସରକାର କିଛି ବିଚାର ନ କରନ୍ତି ତେବେ +2,+3ପରୀକ୍ଷା ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି ସଭାପତି ଶ୍ରୀ ନାୟକ.
ଭୁବନେଶ୍ୱରରୁ ପ୍ରଭାକର ବିଶ୍ୱାଳଙ୍କ ରିପୋର୍ଟ

Recent Post

Live Cricket Update