ଶାଳଗାଁ ପଞ୍ଚାୟତରେ ପଞ୍ଚାନନ ମେଳା ର ଉଦଯାପନୀ ଦିବସ

ଶାଳଗାଁ ପଞ୍ଚାୟତରେ ପଞ୍ଚାନନ ମେଳା ର ଉଦଯାପନୀ ଦିବସ

ମଙ୍ଗୁଳି – କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ ଶାଳ ଗାଁ ପଂଚାୟତ ଅନ୍ତର୍ଗତ ବରାହୀ ପାଟଣା ଗ୍ରାମରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ପଞ୍ଚାନନ ମେଳା ର ଉଦଯାପନୀ ଦିବସ ବହୁ ଆଡମ୍ବର ସହକାରେ ପାଳନ ହୋଇଯାଇଛି lଏହି ଅବସରରେ ହରିନାମ ସଂକୀର୍ତନ ସହ ଗୋପାଳ ଲହୁଡି ଖେଳ ଓ ଛୋଟ ଛୋଟ ପିଲାମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ହୋଇଥିଲା। ପଞ୍ଚାନନ ମେଳା କମିଟି ପକ୍ଷରୁ ଗ୍ରାମର ସଭାପତି ଏବଂ ବରିଷ୍ଠ ନାଗରିକ ଓ ବୟୋଜ୍ୟଷ୍ଠ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ବହୁ ଜନସାଧାରଣ ଯୋଗ ଦେଇଥିଲେ l
ଆଗାମୀ ବର୍ଷ କୁ ଆହୁରି କିଭଳି ଭାବେ ଏହି କାର୍ଯ୍ୟକ୍ରମ ବହୁ ଆଡମ୍ବର ସହକାରେ ପାଳନ କରାଯିବ ବୋଲି ଅନୁଷ୍ଠାନର ସଭ୍ୟ ମାନେ ପ୍ରକାଶ କରିଛନ୍ତିl

Recent Post

Live Cricket Update