( ବାଇକ ସହ ଜଳିଗଲେ ଦୁଇ ଯୁବକ
)
ଜଗତସିଂହପୁର
ତା =14/2/23
କଟକ -ପାରାଦ୍ୱୀପ ରାସ୍ତାର କନ୍ଦରପୁର ଟୋଲଗେଟ ନିକଟରେ ଛିଡ଼ାହୋଇଥିବା ଏକ କଂକ୍ରିଟମିକ୍ସର ମେସିନ ସହ ଦୃତ ଗତିରେ ଆସୁଥିବାଏକ ବାଇକ ଧକା ଦେବା ଫଳରେ ବାଇକ ସହ ଦୁଇ ଯୁବକ ସମ୍ପୂର୍ଣ ଜଳି ଯାଇ ମୃତ୍ୟୁ ବରଣ କରିଛନ୍ତି |ଏହି
ମୃତକ 2ଯୁବକ ହେଲେ କୁଜଙ୍ଗ ବ୍ଲକ ଅଧୀନ ରାହାମା ତାଳପଡ଼ା ପଞ୍ଚାୟତର ବାଲିଢ଼ି ଗ୍ରାମର ସୁଧୀର ଦାସଙ୍କ ସାନପୁଅ ରାଜେଶ ଦାସ( ଦିଲୁ ) ଏବଂ ଗଗନ ସାହୁ ଙ୍କ ଏକମାତ୍ର ପୁତ୍ର ଈଶାନ ସାହୁ |ଦୁହେଁ ସାଙ୍ଗ ମାନଙ୍କ ସହ ବିଳମ୍ବିତ ରାତ୍ରିରେ ବାଇକ୍ ଯୋଗେ ପୁରୀ ଅଭିମୁଖେ ଜଗନ୍ନାଥ ଙ୍କୁ ଦର୍ଶନ ନିମନ୍ତେ ଯାଉଥିବା ବେଳେ ବିଳମ୍ବିତ ରାତିରେ ଟୋଲଗେଟ ନିକଟରେ ଘଟିଛି ଏଭଳି ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା,
ଖବର ପାଇ ଘଟଣା ସ୍ଥଳରେ ପୋଲିସ ପଂହଁଚି ଥିବାବେଳେ ଗୁରୁତରଙ୍କୁ କଟକ ବଡ଼ ମେଡିକାଲଙ୍କୁ ପଠାଇଥିଲେ, ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ,ଖବର ପାଇ ପରିବାର ଓ ଆତ୍ମୀୟ ସୋଜନ ମାନେ ଦୁଃଖରେ ଭାଙ୍ଗି ପଡିଥିବା ସହ ସ୍ଥାନୀୟ ଅଂଚଳ ରେ ଶୋକର ଛାୟା ଖେଳିଯାଇଛି । (ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ )