ଢେଙ୍କାନାଳ ବ୍ୟାଙ୍କ ମାନଙ୍କର ବିର୍ଷିୟ ଅନ୍ତର୍ଭୂକ୍ତିକରଣ ଶିବିର
ଢେଙ୍କାନାଳ , ୧୪।୨ : ଅଦ୍ୟ ପୂର୍ବାହ୍ଣ ୧୧ ଘଟିକାରେ ଢେଙ୍କାନାଳ ମିନିଷ୍ଟାଡିୟମ୍ ଠାରେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ଆନୁକୂଲ୍ୟରେ ବିତିୟ ଅନ୍ତର୍ଭୁକ୍ତିକରଣ ଶିବିରର ଆୟୋଜନ କରାଯାଇଥିଲା । ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ଯୋଗଦେଇଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର , ନାବାର୍ଡ ଡି.ଡି.ଏମ୍ . ପ୍ରଶାନ୍ତ କୁମାର ଦାସ ଓ ଜିଲ୍ଲା ଆପିକଲ୍ ମୁଖ୍ୟ , ଏଲ୍.ଡି.ଏମ୍ . ନିର୍ମଳ ଚନ୍ଦ୍ର ପଣ୍ଡା , ଓଡିଶା ଗ୍ରାମ୍ୟବ୍ୟାଙ୍କର ଆଂଚଳିକ ପରିଚାଳକ ଆଶିଷ କୁମାର ନାୟକ , ୟୁକୋ ବ୍ୟାଙ୍କ କ୍ଷେତ୍ର ପରିଚାଳକ ତଥା ଅବସରପ୍ରାପ୍ତ ମେଜର ଭିକ୍ରାନ୍ତ ଟଣ୍ଡନ ପ୍ରମୁଖ ସମ୍ମାନିତ ଅତିଥ ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ବ୍ୟାଙ୍କର ଗ୍ରାହକ ଏବଂ ଛଅଶହରୁ ଅଧିକ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀୟା ଶିବାନୀ ସାହୁ , ବରୁଣ କୁମାର ବିଶ୍ବାଳ ଓ ସୁବ୍ରତ କୁମାର ପ୍ରଧାନ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମର ସମସ୍ତ ଦାୟିତ୍ଵ ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ନିର୍ମଳ ଚନ୍ଦ୍ର ପଣ୍ଡାଙ୍କର ତତ୍ବାବଧାନରେ ସମାପନ ହୋଇଥିଲା ।