ଗାନ୍ଧିବାଦୀ ଓ ନିଶାନିବାରଣ ର ପୁରୋଧା ଅଚ୍ୟୁତାନନ୍ଦ ସାମଲଙ୍କ ଦେହାନ୍ତ

ଗାନ୍ଧିବାଦୀ ଓ ନିଶାନିବାରଣ ର ପୁରୋଧା ଅଚ୍ୟୁତାନନ୍ଦ ସାମଲଙ୍କ ଦେହାନ୍ତ


ବିଷୟ_____ ଯାଜପୁର ଜିଲ୍ଲା ବରୀ ବ୍ଳକର ଅଙ୍ଗାଳୋ ପଞ୍ଚାୟତର ଅରିଲୋ ଗ୍ରାମର ଅଚ୍ୟୁତାନନ୍ଦ ସାମଲଙ୍କ ଜନ୍ମ ।ଶିକ୍ଷକତାରୁ ତାଙ୍କର କର୍ମମୟ ଜୀବନ ଆରମ୍ଭପରେ ସ୍ବର୍ଗତ ପୃର୍ବତନ ମନ୍ତ୍ରୀ ବାଙ୍କବିହାରୀ ଦାସଙ୍କ ପରାମର୍ଶ କ୍ରମେ ସେ ରାଜନିତୀରେ ପ୍ରବେଶକରି ବହୁଥର ସରପଞ ହୋଇଥିଲେ ।ସେ ଗାନ୍ଦିଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଭିନ୍ନ ସମାଜସେବା ସହିତ ବରୀ ସ୍ଥିତ ରମାଦେବୀ ଓ ଗୋପବନ୍ଧୁ ଆଶ୍ରମର ଉପସଭାପତି ଦାୟିତ୍ବରେ ମଧ୍ୟ ଥିଲେ ।ଏହା ସହିତ ବିଭିନ୍ନ ପ୍ରବନ୍ଦ ଲେଖିବା ଓ ସଂସ୍କାର ମୁଳକ କାର୍ଯ୍ୟପାଇଁ ସେ ସମଗ୍ର ଜିଲ୍ଲାରେ ପରିଚିତ ଥିଲେ ।ସେ ସୁଦୁର ଗୁଜୁରାଟର ବରୋଦା ଠାରେ ଥିବା ପୁଅ ଙ୍କ ପାଖରେ ଥିଲେ ମୃତ ବେଳକୁ ତାଙ୍କୁ (୮୯) ବର୍ଷ ବୟସ ହୋଇଥିଲା । ତାଙ୍କର ବିୟୋଗରେ ପୃର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା,ବିଧାୟିକା ସୁନନ୍ଦା ଦାସ,ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲୀକ,ବିଂଝାରପୁର ବ୍ଳକ ଅଧ୍ୟକ୍ଷା ରଞ୍ଜିତା ଦାସ ,ସମାଜସେବୀ କୈଳାସ ସେଠୀ,ପ୍ରାକ୍ତନ ବିଧାୟକ କୁଳମଣୀ ରାଉତ ,ଚିନ୍ନୟ ପ୍ରସାଦ ବେଉରା ,ଦେବାଶିଷ ନାୟକ,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ଵର ନନ୍ଦ,ରାଜ୍ୟପାଳ ପୁରସ୍କାର ପ୍ତାପ୍ର ଶିକ୍ଷକ ଅନ୍ତର୍ଯ୍ୟାମୀ ସାମଲ ,ବିଜେଡ଼ି ସଂଯୋଜକ ଦେବେନ୍ଦ୍ର ଦାସ ,ବ୍ଳକ ସଭାପତୀ କେଦାର ଚନ୍ଦ୍ର ସାମଲ,ପୁର୍ବତନ ବରି ବ୍ଳକ ଅଧ୍ୟକ୍ଷ ନିଳମଣୀ ସାମଲ ,ସାମ୍ବାଦିକ ସରୋଜ ସାହୁ,ଆଡଭୋକେଟ ଅମ୍ବିକାପ୍ରସାଦ ସାମଲ,ଶ୍ରୀବସ ସାମଲ,ଅଟଳ ବିହାରୀ ନାୟକ ,ସଞ୍ଜୟ ସାମଲ ,ପ୍ରମୋଦ ସାମଲ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଯାଜପୁରରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update