ପୁଲୱାମା ଆକ୍ରମଣ ରେ ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ

ପୁଲୱାମା ଆକ୍ରମଣ ରେ ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ।
ଜାଗ୍ରତ ଭାରତ ନ୍ୟୁଜ, ଗଞ୍ଜାମ ବ୍ୟୁର, ରୂପକ ମହାନ୍ତି.

ବ୍ରହ୍ମପୁର (ଗଞ୍ଜାମ) ଜାମ୍ମୁ କାଶ୍ମୀର ପୁଲୱାମା ୧୮ ଫେବୃଆରୀ ୨୦୧୯ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ରେ ପ୍ରାଣ ହରାଇଥିବା ସହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ । ଆଜି ସନ୍ଧ୍ୟା ସମୟରେ ସ୍ଥାନୀୟ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ କଡ଼ରେ ପ୍ରାଣ ହରାଇଥିବା ୪୦ ଜଣ ସହିଦ ଯବାନଙ୍କୁ କ୍ୟାଣ୍ଡେଲ ଜଳାଇ ଅଶ୍ରୁଳଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସହୀଦ ଯବାନଙ୍କ ବଳିଦାନ କୁ ନେଇ ଏକ ଆଲୋଚନା କରାଯାଇଥିଲା ତାଙ୍କରି ଅଦମ୍ୟ ସାହସ ବର୍ତ୍ତମାନ ଯୁବପୀଢ଼ି ଙ୍କୁ ପ୍ରେରଣା ପ୍ରଦାନ କରିବ । ସହିଦ୍ ଯବାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ଆଜିର ଏହି କାର୍ଯ୍ୟକ୍ରମ ରେ ଟ୍ରାଫିକ ଥାନା ଅଧିକାରୀ ରାମ ସୁବ୍ରମଣ୍ୟମ ପ୍ରଧାନ, ଜାତୀୟ ରାଜପଥ ସୁରକ୍ଷା ଅଧିକାରୀ ପ୍ରକାଶ ପାଳ , ବରିଷ୍ଠ ସାମ୍ବାଦିକ ଡକ୍ଟର ଜନମୋହନ ମହାପାତ୍ର, ସୁଦୀପ କୁମାର ସାହୁ, ଦେବହରି ବେହେରା ଜଗନ୍ନାଥ ପାଣିଗ୍ରାହି ସହ ବହୁ ସାମ୍ବାଦିକ,ସ୍ଥାନୀୟ ଯୁବକ ମାନେ ଉପସ୍ଥିତ ରହିଥିଲେ।

Recent Post

Live Cricket Update