ବାଣୀବିହାର ହିଂସାକୁ ବିରୋଧ କରି ବ୍ରହ୍ମପୁର
ଠାରେ ଏସଏଫଆଇ ଏବଂ ଡିୱାଇଏଫ୍ଆଇ ର ବିକ୍ଷୋଭ।
ଜାଗ୍ରତ ଭାରତ ନ୍ୟୁଜ( ଗଞ୍ଜାମ ବ୍ୟୁର )ରୂପକ ମହାନ୍ତି.
ବ୍ରହ୍ମପୁର( ଗଞ୍ଜାମ )ଏସଏଫଆଇ ଏବଂ ଡିୱାଇଏଫ୍ଆଇ ଗଞ୍ଜାମ ଜିଲା କମିଟି ପକ୍ଷରୁ ବାଣୀବିହାର ଆଲୋଚନା ଚକ୍ର ସମୟରେ ହିଂସାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମଙ୍ଗଳବାର ଅପରାହ୍ନରେ ସ୍ଥାନୀ ଖଲିକୋଟ ମହାବିଦ୍ୟାଳୟ ସମ୍ମୁଖରେ ଏହି ବିକ୍ଷୋଭ ଆୟୋଜିତ ହୋଇଥିଲା। ଏହି ଘଟଣା ଶିକ୍ଷା ଅନୁଷ୍ଠାନର ଶାନ୍ତି ଓ ଶୃଙ୍ଖଳା ଭଙ୍ଗ କରିବା ସହିତ ସାରା ଦେଶରେ ରାଜ୍ୟର ସମ୍ମାନ ହାନି ଘଟିଛି ବୋଲି ଛାତ୍ର, ଯୁବ ନେତାମାନେ ପ୍ରକାଶ କରିଛନ୍ତି। ଏହି ଘଟଣାରେ ଗିରଫ ହୋଇଥିବା ଏବିଭିପିର ଦୁଇ ନେତାଙ୍କ ଅସଲ ଚରିତ୍ରକୁ ପଦାରେ ପକାଇଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରଗତିଶୀଳ ଓ ବିଜ୍ଞାନ ଚିନ୍ତାଧାରା ପ୍ରସାରକୁ ରୋକିବା ଏବଂ ଅନ୍ଧ ବିଶ୍ବାସ ଓ ଧର୍ମୀୟ ଭାବନା ସୃଷ୍ଟି କରିବା ପାଇଁ ଚରିତ୍ର ଓ ଜ୍ଞାନର ଦ୍ୱାହି ଦେଉଥିବ ସଂଗଠନ ଅସାମାଜିକ ବ୍ୟକ୍ତିଙ୍କୁ ହାତବାରିସି କରୁଛି। ତେଣୁ ଘଟଣା ସହିତ ସଂପୃକ୍ତ ସମସ୍ତ ଅସାମାଜିକ ବ୍ୟକ୍ତିଙ୍କୁ ଗିରଫକରି ଦଣ୍ଡ ଦେବା ଓ ଶିକ୍ଷାନୁଷ୍ଠାନରେ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ସରକାର ଦୃଢ଼ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଡିୱାଇଏଫ୍ଆଇର ଜିଲା ସଂପାଦକ ଅଜିତ ପାଣିଗ୍ରାହୀ, ଏସଏଫଆଇ ନେତା ଚନ୍ଦନ ସ୍ବାଇଁ, ମନସ ରଞ୍ଜନ ସ୍ବାଇଁ, ଅଭିମନ୍ୟୁ ଛଟେଇ, ବଲରାମ ସ୍ବାଇଁ, ଅଲେଖ ପ୍ରଧାନ, ସତ୍ୟ ସ୍ବାଇଁ, ସନ୍ତୋଷ କୁମାର ସ୍ବାଇଁ, ଅଜୟ ଗୋଡ଼ ପ୍ରମୁଖ ନେତୃତ୍ବ ନେଇଥିଲେ