କନ୍ୟା ଯାତ୍ରୀ ଉପରକୁ ଚଢିଗଲା ସ୍କର୍ପିଓ ୩ମୃତ ,୧୨ରୁ ଉର୍ଦ୍ଧ୍ବ ଆହତ
ବ୍ରହ୍ମପୁର( ଗଞ୍ଜାମ )୧୫/୨/୨୩.ବ୍ରହ୍ମପୁର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗାଁରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଯାଇଛି । ବ୍ରହପୁରର ଲାଞ୍ଜିପଲ୍ଲୀ ଅଞ୍ଚଳର ଏକ କନ୍ୟାଯାତ୍ରୀ ଦଳ ବ୍ରହ୍ମପୁର ଉପକଣ୍ଠରେ ଥିବା ମାଣ୍ଡିଆପଲ୍ଲୀ ଗ୍ରାମକୁ ଯାଇଥିଲେ ।କନ୍ୟା ଯାତ୍ରୀର ବାଟବରଣ ସମୟରେ ଏକ ଦ୍ରୁତଗତିରେ ଆସୁଥିବା ସ୍କ୍ରପିଓ ଗାଡି କନ୍ୟାଯାତ୍ରୀଙ୍କୁ ଧକା ଦେଇଥିଲା.ଝାହା ଫଳରେ ୩ ମୃତ ହୋଇଥିବା ବେଳେ ୧୨ରୁ ଉର୍ଦ୍ଧ ଆହତ ହୋଇଥିଲେ । ସମସ୍ତ ଆହତ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମୃତକ ମୃତକ ମାନେ ହେଲେ ଅଞ୍ଚଳର ସ୍ୱପ୍ନା ରେଡ଼ି(୨୨), ସଞ୍ଜୁ ରେଡ଼ି(୨୩) ,ଭାରତୀ ରେଡ଼ି(ବୟସ ୧୨) ।