୩୨୦ କିଲୋରୁ ଉର୍ଦ୍ଧ୍ବ ଅନନ୍ତ ଚେର ସହ ଅଟୋ ଜବତ

୩୨୦ କିଲୋରୁ ଉର୍ଦ୍ଧ୍ବ ଅନନ୍ତ ଚେର ସହ ଅଟୋ ଜବତ

ଗଞ୍ଜାମ ବ୍ୟୁର, ରୂପକ ମହାନ୍ତି.

ବ୍ରହ୍ମପୁର,୧୪/୨/୨୩ ବ୍ରହ୍ମପୁର ବନ ବିଭାଗ ପକ୍ଷରୁ ବିପୁଳ ପରିମାଣର ଅନନ୍ତ ଚେର ସମେତ ଏକ ଡାଲା ଅଟୋକୁ ଜବତ କରିଛି । ମିଳିଥିବା ସୂଚନାପ୍ରକାରେ ବ୍ରହ୍ମପୁର ବନଖଣ୍ଡର ସ୍ୱତନ୍ତ୍ର ଟିମ ଏବଂ ବନାଞ୍ଚଳର ଏକ ଟିମ ମିଳିତ ଭାବେ ଆଜି ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ସ୍ଥାନୀୟ ହରିଡାଖଣ୍ଡି ପେଟ୍ରୋଲ ପମ୍ପ ନିକଟରେ ଏକ ଡାଲା ଅଟୋରେ କିଛି କାଠ ଜାତୀୟ ଦ୍ରବ୍ୟ ଚାଲାଣ ହେଉଥିବା ସନ୍ଦେହ କରିଥିଲେ । ଏହାପରେ ଉକ୍ତ ଅଟୋକୁ ଅଟକାଇବା କ୍ଷଣି କି ଗାଡି ଚାଳକ ଜଣକ ଅଟୋ ଛାଡ଼ି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ବିଭାଗୀୟ କର୍ମଚାରୀମାନେ ଅଟୋ ଚାଳକଙ୍କୁ ଧଟିବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ । ପରେ ବନ ବିଭାଗ କର୍ମଚାରୀମାନେ ଉକ୍ତ ଗାଡିକୁ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ସେଥିରେ ୧୬ଟି ବସ୍ତାରେ ପାଖାପାଖି ୩୨୦ କିଲୋରୁ ଉର୍ଦ୍ଧ୍ବ ଅନନ୍ତ ଚେର ରହିଥିଲା । ଅନନ୍ତ ଚେରର ଅନେକ ଓଷଧିୟ ଗୁଣ ରହିଥିବା ବେଳେ ଏତେ ପରିମାଣରେ କିଏ କେଉଁ ସ୍ଥାନକୁ ଚାଲାଣ କରୁଥିଲେ ସେ ନେଇ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ରଜତ କୁମାର ମିଶ୍ର ।

Recent Post

Live Cricket Update