ଦୁଇ ଶିଶୁପୁତ୍ରଙ୍କୁ ମାରି ମାଆ କଲେ ଆତ୍ମହତ୍ୟା

ଦୁଇ ଶିଶୁପୁତ୍ରଙ୍କୁ ମାରି ମାଆ କଲେ ଆତ୍ମହତ୍ୟା

ଚମ୍ପୁଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖର ପୁର ପଞ୍ଚାୟତ ଡୁରୁକୁଳିଆ ଗ୍ରାମ ରେ ଘଟିଯାଇଛି ଏକ ହୃଦୟ ବିଦାରକ ଘଟଣା। ନିଜର ଦୁଇ ଶିଶୁ ପୁତ୍ରଙ୍କୁ ହତ୍ୟା କରି ଘର ଭିତରେ ଆତ୍ମହତ୍ୟା କରିଛନ୍ତି ଜଣେ ମହିଳା। ଡୁରୁକୁଳିଆ ଗ୍ରାମ ର ଭୀମସେନ ନାଏକ ଙ୍କ ସ୍ତ୍ରୀ କ୍ଷଣପ୍ରଭା ନାଏକ (୩୫) ନିଜର ଦୁଇ ଶିଶୁ ପୁତ୍ର ନନ୍ଦନ (୨ ବର୍ଷ) ଓ ଜନସେନ୍ (୪ ବର୍ଷ) ଙ୍କୁ ହତ୍ୟା କରି ଘର ଭିତରେ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି। ସ୍ବାମୀ ଭୀମସେନ ବିଲ କୁ ଯାଇଥିବା ବେଳେ ଆଜି ଅପରାହ୍ନରେ ଏହି ଘଟଣା ଘଟିଥିବା ଜଣା ପଡ଼ିଛି। ତାଙ୍କର ବଡ଼ ଝିଅ ତପସ୍ଵିନୀ (୬) ଆଜି ସ୍କୁଲ ଛୁଟି ପରେ ଘରକୁ ଫେରି ଦୀର୍ଘ ସମୟ ଧରି ଡ଼ାକିଲେ ମଧ୍ଯ କେହି କବାଟ ନ ଖୋଲି ବାରୁ ତାଙ୍କ ବଡ଼ବାପା ଙ୍କ ଘରକୁ ଯାଇ ଜେଜେମା ଙ୍କୁ ମା ଘର ଖୋଲୁନଥିବା ଜଣାଇଥିଲେ। ତାଙ୍କ ଜେଜେମା ତପସ୍ଵିନୀ ଙ୍କୁ ସାଙ୍ଗରେ ନେଇ ତାଙ୍କ ଘରକୁ ଯାଇ ଘର ଭିତର ପଟୁ ବନ୍ଦ ଥିବା ଦେଖି ଅଘଟଣ ର ଆଶଙ୍କା କରି ଗ୍ରାମବାସୀ ଙ୍କୁ ଡାକିଥିଲେ। ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ବନ୍ଦ ଘର ଭିତରେ ଦୁଇ ଶିଶୁ ପୁତ୍ରଙ୍କ ମୃତ ଶରୀର ତଳେ ପଡିଥିବା ଓ କ୍ଷଣପ୍ରଭା ଙ୍କ ମୃତ ଦେହ ଝୁଲୁଥିବା ଅବସ୍ଥାରେ ଦେଖି ଭୀମସେନ ଙ୍କୁ ଜଣାଇବା ସହ ଚମ୍ପୁଆ ପୋଲିସ କୁ ଖବର ଦେଇଥିଲେ । ଚମ୍ପୁଆ ଆଇ.ଆଇ.ସି ଗଗନ ବିହାରୀ ନାୟକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update