୨ ହଜାର ପିଲାଙ୍କୁ ପଛରେ ପକାଇ ବିଜେତା ହେଲେ ସାଇ ଜିଜ୍ଞାସା
ଅନୁଗୋଳ, ୧୪/୨: ବେଦମନ୍ତ୍ର ପାଠ କରି, ଶ୍ଳୋକ ଉଚ୍ଚାରଣ କରି, ପ୍ରବଚନ ଦେଇ ୨ ହଜାର ପିଲାଙ୍କୁ ପଛରେ ପକାଇ ଚାମ୍ପିଅନ ହୋଇଛନ୍ତି ମହିଧରପୁରର ସାଇ ଜିଜ୍ଞାସା। ପ୍ରାର୍ଥନା ଚାନେଲ ପକ୍ଷରୁ ଆୟୋଜିତ ଏକ ଟାଲେଣ୍ଟ ଶୋ ପ୍ରାର୍ଥନା ପ୍ରତିଭାରେ ଅଂଶଗ୍ରହଣ କରି ସାଇ ଜିଜ୍ଞାସା ମହିଧରପୁର ମାଟିକୁ ଗୌରବମୟ କରିଛନ୍ତି। ଲୋପାମୁଦ୍ରା ଦାସ, ସରଣାରବିନ୍ଦ ଓଝା ବିଚାରପତି ଭାବେ ଯୋଗ ଦେଇଥିଲେ। କଣ୍ଠଶିଳ୍ପୀ ସୁବାସ ଦାସ ଅତିଥି ଭାବେ ଯୋଗ ଦେଇଥିଲେ। ସାଇ ଜିଜ୍ଞାସାଙ୍କ ଏହି ସଫଳତା ପାଇଁ ତାଙ୍କୁ ବଡଧୁଆ ଶିଶୁ ମନ୍ଦିର, ଗାନ୍ଧୀ ମାର୍ଗ ସରସ୍ୱତୀ ଶିଶୁ ମନ୍ଦିର ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି। ଏହାସହ ଗାଁ ମହୋତ୍ସବ କମିଟି ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି। ଏହାସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜ୍ଞାପନ କରାଯିବା ସହ ସମ୍ମାନିତ କରାଯାଇଛି। ମହିଧରପୁର ମୟୂର ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସେ ଗାନ୍ଧୀ ମାର୍ଗ ସରସ୍ୱତୀ ଶିଶୁ ମନ୍ଦିରରେ ତୃତୀୟ ଶ୍ରେଣୀର ଛାତ୍ରୀ ଅଟନ୍ତି।