ଶିମିଳିଆ ବାଲିସାହିରେ ଅଷ୍ଟପ୍ରହର ନାମଯଜ୍ଞ

ଶିମିଳିଆ ବାଲିସାହିରେ ଅଷ୍ଟପ୍ରହର ନାମଯଜ୍ଞ

ଢେଙ୍କାନାଳ , ତା.୧୫.୦୨.୨୦୨୩ – ଢେଙ୍କାନାଳ ଶିମିଳିଆ ବାଲିସାହିରେ ଅଷ୍ଟପ୍ରହର ନାମଯଜ୍ଞ ଗତ ୧୪ ତାରିଖ ଠାରୁ କଳସ ଯାତ୍ରା କରାଯାଇ କୁଞ୍ଜରେ ସ୍ଥାପନ କରାଯାଇଥିଲା । ଅଦ୍ୟ ପ୍ରାତଃ ଠାରୁ ଅଖଣ୍ଡ ଦ୍ବୀପ ସ୍ଥାପନ କରାଯାଇ ନାମ ସଂକୀର୍ତନ ଆରମ୍ଭ ହୋଇଥିଲା ଓ ସଂଧ୍ୟାରେ ପ୍ରସାଦ ସେବନର ବ୍ୟବସ୍ଥା ରହିଛି । ଏହି ନାମଯଜ୍ଞରେ ୨୦ରୁ ଉର୍ଦ୍ଧ୍ବ ସଂକୀର୍ତନ ମଣ୍ଡଳୀ ଯୋଗଦେଇଛ ନ୍ତି । ଆସନ୍ତା ୧୬ ତାରିଖରେ ଗୌରାଙ୍ଗ ମହାପ୍ରଭୁଙ୍କ ନଗର କୀର୍ତନ ସହିତ ଦଣ୍ଡ ଭଗ୍ନ କରାଯିବ । ପୂଜକ ଆର୍ତବନ୍ଧୁ ସାହୁ , ବିମଳ ମଲ୍ଲିକ , ଦାମୋଦର ମଲ୍ଲିକ , ଆର୍ତବନ୍ଧୁ ମଲ୍ଲିକ , ସଞ୍ଜୀବ ମଲ୍ଲିକ ଏବଂ ଶିମିଳିଆ ଗ୍ରାମବାସୀଙ୍କ ସହଯୋଗରେ ଚାଲୁଅଛି । ସମସ୍ତ କାର୍ଯ୍ୟକ୍ରମ ଓ ପୂଜା ବିଧୂ ସର୍ବେଶ୍ବର ମଲ୍ଲିକଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା ।

Recent Post

Live Cricket Update