ରାସନ କାଟି କି ଦେଉଥିବାରୁ ପଞ୍ଚାୟତ କାର୍ଯ୍ୟାଳୟ ତାଲା ପକାଇଲେ ବାଲିପଟା ପଞ୍ଚାୟତ ବାସୀ

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଲିପଟା ପଞ୍ଚାୟତ ବାସୀ ରାସନ ହିତାଧିକାରୀ ପଞ୍ଚାୟତ କାର୍ଯ୍ୟାଳୟରେ ପକାଇଲେ ତାଲା। ସୂଚନା ଯେ, ବାଲିପଟା ପଞ୍ଚାୟତ କାର୍ଯ୍ୟାଳୟ ରେ ରାସନ ହିତାଧିକାରୀ ଙ୍କୁ ରାସନ ସମାଗ୍ରୀ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ରଞ୍ଜନ ସାମଲ ଙ୍କ ତତ୍ତ୍ଵାବଧାନ ପିଅନ ଭଜମନ ପ୍ରଧାନ ସମାଗ୍ରୀ ବଣ୍ଟନ କରୁଥିଲେ। ରାସନ ସମାଗ୍ରୀ ଦେଉଥିବା ବେଳେ ହିତାଧିକାରୀ ନେଉଥିବା ରାସନ କଟା ଯାଉଥିଲା। ଯାହା ଫଳରେ ଆଜି ହିତାଧିକାରୀ ବାଧ୍ୟ ହୋଇ ପଞ୍ଚାୟତ କାର୍ଯ୍ୟାଳୟ ତାଲା ପକାଇଥିଲେ। ତାଲା ପକାଇବାର ଏକ ଘଣ୍ଟା ପରେ ବ୍ଲକ ପକ୍ଷରୁ ପ୍ରତିନିଧି ଆସିଥିଲେ। ସମସ୍ୟା ବୁଝିବା ପରେ ହିତାଧିକାରୀ ଙ୍କୁ ନିର୍ଦ୍ଧାରିତ ରାସନ ଦେବା ସହ କମ୍ ନେଇଥିବା ରାସନ ହିତାଧିକାରୀ ପୁଣି ଥରେ ଓଜନ କରି କି ରାସନ ଦିଆ ଯିବ ବୋଲି ପ୍ରତିଶୃତି ଦେଇଥିଲେ।

Recent Post

Live Cricket Update