ନୂଆହତା ପଞ୍ଚାୟତରେ ବିଜେଡ଼ି ର ପ୍ରତିବାଦ ସଭା ଓ ବିକ୍ଷୋଭ

ଅନୁଗୋଳ  ଜିଲ୍ଲା ବଅଁରପାଳ ବ୍ଲକ ଗଡ ନୂଆହତା ପଞ୍ଚାୟତରେ ବିଜେଡି ର ପ୍ରତିବାଦ ସଭା ଓ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରୀବ ପରିବାର ଙ୍କୁ ମୁଣ୍ଡ ପିଛା ୫କେଜି ଚାଉଳ ଯୋଗାଣ ରୁ ବଞ୍ଚିତ କରାଯାଇଥିବା ନିଷ୍ପତ୍ତି ବିରୁଦ୍ଧରେ ବିଜେଡି ର ଏହି ପ୍ରତିବାଦ ସଭା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ନୂଆହତା ପୂର୍ବତନ ସରପଞ୍ଚ ତଥା ବି ଜେ ଡି ଗ୍ରାମ ସଭାପତି ସଚିତାନନ୍ଦ ବେହେରା ,ଜିଲ୍ଲା ଯୁବ ସେକ୍ରେଟାରୀ ସୁଶାନ୍ତ ସିଂହ , ଗ୍ରାମ ଯୁବ ସଭାପତି ସୁଶିଲ ଭୁତିଆ ଙ୍କ ନେତୃତ୍ବରେ ଶତାଧିକ ମହିଳା ଓ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସରକାରଙ୍କ ଗରୀବ ମାରଣ ନୀତି ବିରୁଦ୍ଧରେ ବିଜେଡି ନେତା ବିଭିନ୍ନ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Recent Post

Live Cricket Update