ମୁଖ୍ୟମନ୍ତ୍ରୀ ଙ୍କ ଇସ୍ତଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ବିଜେପି ବିକ୍ଷୋଭ

ରାଜ୍ୟରେ ଜଣେ କ୍ଯାବିନେଟ ମନ୍ତ୍ରୀଙ୍କ ହତ୍ୟା ଘଟଣାରେ ପୋଲିସର ସଂପୃକ୍ତି ସତ୍ତ୍ୱେ ଗୃହ ବିଭାଗର ମୁଖ୍ୟ ହିସାବରେ ମୁଖ୍ୟମନ୍ତ୍ରୀ ଚୁପ୍। ଯାହା ଫଳରେ ରାଜ୍ୟରେ ବଢି ଚାଲିଥିବା ଅରାଜକତା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବିରୁଦ୍ଧରେ ଆଜି ଅନୁଗୋଳ ଜିଲ୍ଲା ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଇସ୍ତଫା ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବିକ୍ଷୋଭ ପ୍ରଦର୍ଶନ ଓ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠତି ହୋଇଥିଲା। ଏହି ବିକ୍ଷୋଭ ରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା, ବିଜେପି ଛେଣ୍ଡିପଦା ନିର୍ବାଚନମଣ୍ଡଳୀ ର ପ୍ରଭାରୀ ନେତା ଦିଲୀପ ପ୍ରଧାନ, ବିଜେପି ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ର ପ୍ରଭାରୀ ଯଯାତି ପଟ୍ଟନାୟକ, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ସୁଦୀପ ଗଡନାୟକ, ଜିଲ୍ଲା ର ସମସ୍ତ ଜିଲ୍ଲା ପଦାଧିକାରୀ, ସମସ୍ତ ମୋର୍ଚ୍ଚା ସଭାପତି, ସରପଞ୍ଚ, ସମିତି ସଭ୍ୟ, ଅନୁଗୋଳ ପୌରପାଳିକା ର କାଉନସିଲର, ଦଳ ର ବହୁ କର୍ମକର୍ତ୍ତା ଉପସ୍ଥିତ ରହି ଅନୁଗୋଳ ଜଗନ୍ନାଥ ମନ୍ଦିର ସମ୍ମୁଖ ରୁ ବାହାରି ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ଇସ୍ତଫା ଦାବି କରିଥିଲେ।

ଅନୁଗୋଳ ଜିଲ୍ଲାରୁ ରାଜେଶ ପାତ୍ର ଙ୍କ ରିପୋର୍ଟ୍

Recent Post

Live Cricket Update