ଅମ୍ବାଭୋନା ରେ ମହାଶିବରାତ୍ରି ଉପଲକ୍ଷେ “ଜଲନ୍ଧର୍ ରାଜ୍” ଉଦ୍ଘାଟିତ
ଅମ୍ବାଭୋନା -15/02/2023ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଅମ୍ବାଭୋନା ଗ୍ରାମରେ ପଶ୍ଚିମ ଓଡ଼ିଶା ର ପ୍ରସିଦ୍ଧ ଅଷ୍ଟଷମ୍ଭୁ ପୀଠ ବାବା କେଦାରନାଥ ଙ୍କ ମହା ଶିବରାତ୍ରି ଉପଲକ୍ଷେ ଜଲନ୍ଧର୍ ରାଜ୍ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ଏଥିରେ ମୁଖ୍ଯ ଅତିଥି ଅମ୍ବାଭୋନା ବ୍ଲକ ଚେୟାରମ୍ୟାନ ଶ୍ରୀମାନ କିର୍ତ୍ତୀ ଚନ୍ଦ୍ର ଦୁଆନ୍, ସମ୍ମାନୀତ ଅତିଥି ଭାବରେ ଅମ୍ବାଭୋନା ଥାନା ଅଧିକାରୀ ବିରଲ ଚନ୍ଦ୍ର ସାହିସ୍, ସମିତି ସଭ୍ଯା ଶ୍ରୀମତୀ ଦୀପାଞ୍ଜଲୀ ଭୋଇ, ଅମ୍ବାଭୋନା ସରପଂଚ ଶ୍ରୀମତୀ ଗୋଲାପି ଦାସ୍ ପ୍ରମୁଖ ଯୋଗଦେଇଥିଲେ। ପରିଚାଳନା ରେ ରୋହିତ ଭୋଇ, ଅମ୍ବାଭୋନା କେଦାରନାଥ ମନ୍ଦିର ଟ୍ରଷ୍ଟି ସଚ୍ଚିଦାନନ୍ଦ ପୁରୋହିତ, ସଭାପତି ଗଜେନ୍ଦ୍ର ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ। ଜଲନ୍ଧର୍ ରାଜ୍ ର ପ୍ରଥମ ରଜନୀ ରେ ସିନ୍ଧୁ ନରେଶ ମହାରାଜ ଜଲନ୍ଧର୍ ଙ୍କ ର ରାଜ୍ଯାଭିଷେକ ହୋଇ ଥିଲା ଏବଂ ଦେବର୍ଷି ନାରଦଙ୍କ ଆଗମନ, ଜଲନ୍ଧର୍ ଙ୍କୁ ସ୍ବର୍ଗ ପୁର ଆକ୍ରମଣ ପାଇଁ ପରାମର୍ଶ, ଦେବତା ମାନଙ୍କ ର ପରାସ୍ତ ଆଦି ଦ୍ରୁଶ୍ୟ ଅଭିନିତ ହୋଇଥିଲା। ମହାରାଜ ଜଲନ୍ଧର୍ ଙ୍କ ଭୁମିକା ରେ ପଶ୍ଚିମ ଓଡ଼ିଶା ର ପ୍ରସିଦ୍ଧ କଲାକାର ଶ୍ରୀ ଗୋପାଳ ଚନ୍ଦ୍ର ପଣ୍ଡା ଅଭିନୟ କରିଥିଲେ।
ତୁଷାର କାନ୍ତ ପୁଝାରୀ ପଣ୍ଡିତ ରାଜ୍ୟାଭିଷେକ କରାଇଥିଲେ । ଏହି ଅବସରରେ ସମଲେଶ୍ବରୀ ଲୋକ ସଂସ୍କୃତି ଗବେଷଣା କେନ୍ଦ୍ର, ବରଗଡ଼ ତୋରା ର କଳାକାର ମାନେ ଦିଳ୍ଲିପ ସୁନାଙ୍କ ନେତୃତ୍ବରେ ସୁନ୍ଦର ନୃତ୍ଯ ପରିବେଷଣ କରିଥିଲେ । ସଚ୍ଚିଦାନନ୍ଦ ସାହୁ,ଧରଣୀ ନାଏକ ଏବଂ ନନ୍ଦ ପଟେଲ ଙ୍କୁ ଜଳନ୍ଧର ଦରବାରରେ ସମ୍ମାନୀତ କରାଯାଇଥିଲା ।ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍