ଗେଟ୍ କୁ ଧକା ଦେଲା ଯାତ୍ରବାହି ବସ୍ ଭାଙ୍ଗିଲା ସାମ୍ନା କାଚ
ବାମେବାରି ରୁ ନୟାଗଡ ଦେଇ ଝୁମ୍ପୁରା ଯାଉଥିବା ତୁଳସୀ ବସ୍ ଝୁମ୍ପୁରା ବ୍ଲକ ନୟାଗଡ ଛକ ଠାରେ ଥିବା ସ୍ଥାନୀୟ ଗେଟ୍ କୁ ଧକା ଦେବା ଫଳରେ ଗାଡିର ସାମ୍ନା କାଚଟି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା | ଆଗରୁ ବଡ ବଡ ଗାଡି ସେହି ରାସ୍ତା ଦେଇ ଯାଉଥିବାରୁ ଅନେକ୍ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ କ୍ଷତି ହେଉଥିବା ହେତୁ ନୟାଗଡ ଛକ ନିକଟରେ ସ୍ଥାନୀୟ ଲୋକମାନେ ଏକ କାଠର ଗେଟ୍ ତିଆରି କରିଥିଲେ ସେହି ଗେଟ୍ କୁ ଧକା ଦେବା ଫଳରେ ତୁଳସୀ ବସ୍ ର ସାମ୍ନା କାଚଟି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା | ସବୁ ବସ୍ ବଡକାଳୀମାଟି ରାସ୍ତା ଦେଇ ବାମେବାରି ଜିବାକଥା କିନ୍ତୁ ବଡକାଳୀମାଟି ଠାରୁ ବିପ୍ଲଟ ପର୍ଯ୍ୟନ୍ତ ରାସ୍ତା ଖରାପ୍ ଥିବାରୁ ସବୁ ବସ୍ ଉଚ୍ଚବାଲି ନୟାଗଡ ଦେଇ ଝୁମ୍ପୁରା ଯାଇଥାନ୍ତି| କିନ୍ତୁ ବଡକାଳୀମାଟି ଅଞ୍ଚଳର ଲୋକ କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ଝୁମ୍ପୁରା କିମ୍ବା କେନ୍ଦୁଝର କୁ ଯିବା ଆସିବା ପାଇଁ ନାହିଁ ନଥିବା ଦୁର୍ଦ୍ଦଶା ଭଗୁଛନ୍ତି ତେଣୁ ସବୁ ବସ୍ ବଡକାଳୀମାଟି ରାସ୍ତା ଦେଇ ବାମେବାରି ଯିବାକୁ ଅଞ୍ଚଳବସୀ ଦାବି କରିଛନ୍ତି |
ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍