ଜିଲ୍ଲାପାଳ ଅଫିସ ଭିତରକୁ ମାରିଲେ ବିଲାତି ଓ ପାଣି ପାଉଚ

ବିଜେପିର ହାଲା ବୋଲ

ଜିଲ୍ଲାପାଳ ଅଫିସ ଭିତରକୁ ମାରିଲେ ବିଲାତି ଓ ପାଣି ପାଉଚ


ସାରା ରାଜ୍ୟରେ ଆଜି ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ପ୍ରତିବାଦରେ କେନ୍ଦୁଝର ବିଜେପି ପକ୍ଷରୁ ଜିଲ୍ଲାପାଳ ଙ୍କ ଅଫିସ୍ ଘେରାଓ ସହ ପ୍ରବଳ ବିଲାତି ଓ ପାଣି ପାଉଚ ମାଡ । ଆଜି ବିଜେପି ଦଳର ଶହ ଶହ କର୍ମୀ ସହର ର କାଳି ପଡ଼ିଆ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳ ଙ୍କ ଅଫସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଲାତି ଓ ପାଣି ପାଉଚ୍ଚ ମାଡ କରିଥିଲେ ।
ଦିନ ଦ୍ବିପ୍ରହରରେ ରାଜ୍ୟର ମନ୍ତ୍ରୀମାନଙ୍କୁ ଗୁଳି କରି ହତ୍ୟା କରା ଯାଉଥିବା ବେଳେ ରାଜ୍ୟରେ ସାଧାରଣ ଜନତା କେତେ ସୁରକ୍ଷିତ । ଓଡ଼ିଶା ଏବେ ବିପଦ ରେ ବୋଲି କହିଛନ୍ତି ବିଜେପି ନେତୃ ମଣ୍ଡଳୀ । ଖୋଦ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଙ୍କ ହାତରେ ଗୃହ ବିଭାଗ ରହିଛି ତେଣୁ ସେ ଗାଦି ଛାଡନ୍ତୁ ବୋଲି ନାରା ଦେବା ସହ ଦାବୀ କରିଛି ବିଜେପି ।

କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update