ପଙ୍କ ଉଦ୍ଧାର ଏକାଦଶୀ ନୀତି ପାଳିତ

ପଙ୍କ ଉଦ୍ଧାର ଏକାଦଶୀ ନୀତି ପାଳିତ

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ପଙ୍କ ଉଦ୍ଧାର ଏକାଦଶୀ ନୀତି ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି, ସ୍ନାନ, ବସ୍ତ୍ର,ଫୁଲ ହାର, ତୁଳସୀ ହାର, ବଲ୍ହଭ ଭୋଗ ଲାଗି କରାଯାଇଥିଲା। ସାଢେ଼ ଦଶଟା ବେଳେ ଖେଚେଡ଼ି ଭୋଗ, ମଧ୍ୟାହ୍ନ ସମୟରେ ଅନ୍ନ ଧୂପ, ସନ୍ଧ୍ୟା ବେଳେ ଆଳତୀ, ରାତ୍ର ଧୂପ, ଓ ଶେଷରେ ମହାଦୀପ ମନ୍ଦିର ଉପରକୁ ଉଠିବ। ପୂଜକ ମନ ସୁମନ ମିଶ୍ର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, କାହାଳିଆ ଟିକନ ବେହେରା, ଓ ଜିମଦାର ଶ୍ୟାମ ସୁନ୍ଦର ପାଣିଗ୍ରାହୀ ଙ୍କ ଉପସ୍ଥିତିରେ ଏହି ପଙ୍କ ଉଦ୍ଧାର ଏକାଦଶୀ ନୀତି ପାଳନ କରାଯାଇଥିଲା।

Recent Post

Live Cricket Update