Joint Review Mission, STARS, ର ପ୍ରତିନିଧି ମାନଙ୍କ ଗସ୍ତ ଙ୍କ

*ଢ଼େଙ୍କାନାଳ*
*ତା: ୧୫.୨.୨୩*

ତା ୧୫.୨.୨୩ ତାରିଖରେ ରାଜ୍ୟ ତଥା କେନ୍ଦ୍ରରୁ ଆସିଥିବା Joint Review Mission, STARS, ର ପ୍ରତିନିଧି ମାନେ

Strengthining Teaching- Learning and Results for States (STARS) ପ୍ରକଳ୍ପ ଅଧୀନରେ ଚାଲୁଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରିବା ପାଇଁ ଢ଼େଙ୍କାନାଳ ଗସ୍ତରେ ଆସିଥିଲେ । ପୂର୍ବାହ୍ନରେ ସେମାନେ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଆସି ଶିକ୍ଷାଦାନ ସମ୍ପର୍କରେ ପଚାରିବୁଝିଥିଲେ । ଏହି ଅବସରରେ ଶ୍ରେଣୀ ଗୃହଗୁଡ଼ିକ ବୁଲି ଦେଖିବା ସହ ଛାତ୍ର/ ଛାତ୍ରୀ ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ । ବିଦ୍ୟାଳୟରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା, ବନ ବିଦ୍ୟାଳୟ, ସ୍ମାର୍ଟ କ୍ଲାସ, ଇ – ଲାଇବ୍ରେରୀ, ବିଜ୍ଞାନଗାର ଇତ୍ୟାଦି ବୁଲି ଦେଖିବା ସହ Jaws software for visually impaired children under STARS ପ୍ରୋଜେକ୍ଟ ର ପ୍ରୟୋଗ ସମ୍ପର୍କରେ ପଚାରି ବୁଝିଥିଲେ ।

ଏହାପରେ ଜିଲ୍ଲା ଶିକ୍ଷା ଓ ଶିକ୍ଷଣ ପ୍ରତିଷ୍ଠାନ ବୁଲି ଦେଖିବା ସହ ଏହା ଭିତରେ ଚାଲୁଥିବା ପ୍ରଧାନ ଶିକ୍ଷକଙ୍କ ମାନଙ୍କର ନେତୃତ୍ୱ ପ୍ରଶିକ୍ଷଣ ଓ ବାଲ ବାଟିକା ପ୍ରଶିକ୍ଷଣ ଶିବିର ବୁଲି ଦେଖିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରୟୋଗଶାଳା ବିଦ୍ୟାଳୟ ପରିଦର୍ଶନ କରିବା ସହ ଛାତ୍ର/ ଛାତ୍ରୀ ଓ ଶିକ୍ଷକ ମାନଙ୍କ ସହ ଭାବ ବିନିମୟ କରିଥିଲେ ।

ପ୍ରତିନିଧିମାନେ ସିଆରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗସ୍ତ କରି ସେଠାରେ ଚାଲିଥିବା BaLA activities ଦେଖିଥିଲେ ଓ ଛାତ୍ର/ ଛାତ୍ରୀ ମାନଙ୍କର ପାଠ ପଢା ସମ୍ପର୍କରେ ପଚାରି ବୁଝିଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କ କାର୍ଯ୍ୟାଳୟରେ ଲାଗିଥିବା କମ୍ପ୍ୟୁଟର, ପ୍ରିଣ୍ଟର ଇତ୍ୟାଦି ଦେଖିବା ସହ ଏହାର ପ୍ରୟୋଗ ବିଷୟରେ CRCC ଙ୍କୁ ପଚାରି ଥିଲେ ।

ମଧ୍ୟାହ୍ନରେ ବଳଦେବ ଜୀଉ ମନ୍ଦିର ନିକଟସ୍ଥ ଜନଜାତି ସଂଗ୍ରହାଳୟ ତଥା ଶିକ୍ଷା ସାଧନ କେନ୍ଦ୍ର ବୁଲି ଦେଖିବା ସହ ଏହା ଛାତ୍ର/ ଛାତ୍ରୀ ମାନଙ୍କ ଶିକ୍ଷଣ ପ୍ରକ୍ରିୟାରେ ସାହାଯ୍ୟ କରିବ ବୋଲି ଆଶାବ୍ୟକ୍ତ କରିଥିଲେ ।

ଅପରାହ୍ନରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷାଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମର୍ଥ୍ୟ ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ରହି ପ୍ରଶିକ୍ଷାର୍ଥି ମାନଙ୍କୁ ମାର୍ଗଦର୍ଶନ କରାଇଥିଲେ । ଏହି ଅବସରରେ STAR ପ୍ରକଳ୍ପ ଅଧୀନରେ ବିଦ୍ୟାଳୟରେ ଓ ଜିଲ୍ଲା ଶିକ୍ଷା ଓ ଶିକ୍ଷଣ ପ୍ରତିଷ୍ଠାନରେ ଚାଲୁଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା ଏକ presentation ମାଧ୍ୟମରେ କରିଥିଲେ । ସମସ୍ତ କାର୍ଯ୍ୟକଳାପଗୁଡ଼ିକ ଛାତ୍ର/ ଛାତ୍ରୀ ମାନଙ୍କ ପାଇଁ ଉପାଦେୟ ହେଉ ଓ ସମସ୍ତ ଅଧିକାରୀ ମାନେ ଏଥିପାଇଁ ଚେଷ୍ଟିତ ହୁଅନ୍ତୁ ବୋଲି ପରାମର୍ଶ ଦେଇଥିଲେ ।

Recent Post

Live Cricket Update