କେନ୍ଦ୍ର ସରକାର ଙ୍କ ଗରିବ ମାରଣା ଜନ ବିରୋଧୀ ନୀତି ବିରୋଧ ରେ ବିଜେଡି ର ବିକ୍ଷୋଭ

(କେନ୍ଦ୍ର ସରକାର ଙ୍କ ଗରିବ ମାରଣା ଜନ ବିରୋଧୀ ନୀତି ବିରୋଧ ରେ ବିଜେଡି ର ବିକ୍ଷୋଭ )


ଜଗତସିଂହପୁର
ତା =16/2/23
କେନ୍ଦ୍ର ରେ ନେତୃତ୍ୱ ବିଜେପି ସରକାର ର ଗରିବ ମାରଣା ଜନ ବିରୋଧୀ ନୀତି ବିରୋଧ ରେ ଏରସମା ବାଲିକୁଦା ନିର୍ବାଚନ ମଣ୍ଡଳୀ ର ବାଲିକୁଦା ବ୍ଲକ ସମ୍ମୁଖରେ ବିଜୁ ଜନତା ଦଳ ତରଫରୁ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି | ବାଲିକୁଦା ପଞ୍ଚାୟତ ସମିତି ଅଧକ୍ଷ୍ୟ ଯୁବ ଆଇନୀଜୀବି ପ୍ରକାଶ ଚନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ୱ ରେ ଜ଼ିଲ୍ଲା ପରିଷଦ ସଭ୍ୟ ଜଟାଧାରୀ ଦାସ, ଟଟିନା ସ୍ୱାଇଁ, ଦର୍ପଦଳିନି ମଲ୍ଲିକ | ରତ୍ନାକର ନାୟକ | ଜ଼ିଲ୍ଲା ଯୁବ ବିଜେଡି ସଭାପତି ସୋମ୍ୟଜିତ ମହାପାତ୍ର | ଶୁଭେନ୍ଧୁ କୁମାର ଦାସ ରୁଣୁଲତା ବେହେରା ପ୍ରମୁଖ କେନ୍ଦ୍ର ରେ ନେତୃତ୍ୱ ଭାରତୀୟ ଜନତା ପାଟି ର ଜନ ବିରୋଧୀ ନୀତି ବିରୋଧରେ କଟୁ ସମାଲୋଚନା କରି ବିଡ଼ିଓ ଙ୍କ ଜରିଆରେ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିଥିଲେ | ଏହି ଗଣ ବିକ୍ଷୋଭ ରେ ସମସ୍ତ ପଞ୍ଚାୟତ ସମିତି ସଭ୍ୟ ସଭ୍ୟା, ବିଜୁ ଜନତା ଦଳର ପଞ୍ଚସହ ରୁ ଉର୍ଦ୍ଧ ଦଳୀୟ କର୍ମୀ ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update